କାର୍ତ୍ତିକ ମାହାତ୍ମ୍ୟ
ଅମରନାଥ ବାରିକ୍
କାର୍ତ୍ତିକ ମାହାତ୍ମ୍ୟକୁ ଶୁଣ
ଯାହା ମୁଁ କରିବି ବଖାଣ ।
ସାଗର ପୁତ୍ର ଶଙ୍ଖାସୁର
ବେଦ ହରିଲା ବ୍ରହ୍ମାଙ୍କର ।
ପ୍ରଚଣ୍ଡ ପ୍ରଳୟ କରିଲା
ଦେବ ଗଣଙ୍କୁ ଡ଼ରାଇଲା ।
ଏହା ଦେଖିଣ ପ୍ରଭୁ ବିଷ୍ଣୁ
ନହୋଇ ରହିଲେ ସହିଷ୍ଣୁ ।
ଶଙ୍ଖାସୁରକୁ ବଧ କଲେ
କାର୍ତ୍ତିକ ମାସ ଏହା ଭଲେ ।
ବର୍ଷକେ ଏକ ମାସ ଏହି
ପ୍ରଭୁ ଥାଆନ୍ତି ଜଳେ ରହି ।
ଅବନ୍ତି ନଗର ବ୍ରାହ୍ମଣ
ଧନେଶ୍ୱର ତା ନାମ ଜାଣ ।
ଚଣ୍ଡାଳ ମହାପାପି ସେହି
ନର୍ମଦା ନଦୀ ତୀରେ ରହି ।
କାର୍ତ୍ତିକ ବ୍ରତ ଯେ ପାଳିଲା
ନର୍କ କୁଣ୍ଡରୁ ମୋକ୍ଷ ହେଲା ।
ଏ ବଡ଼ ମାହାତ୍ମ୍ୟ ବୃତାନ୍ତ
ତେଣୁ ପାଳନ୍ତି ସାଧୁ ସନ୍ଥ ।
କରିବ ଏ ବ୍ରତ ପାଳନ
ଶୁଦ୍ଧ ପବିତ୍ର କରି ମନ ।
ସ୍ନାହାନ କରିବ ପ୍ରାତରେ
ଦିଅଁ ପୂଜିବ ଭକ୍ତିଭରେ ।
ଫୁଲ ମୁରୁଜ ଝୋଟି ଦେବ
ତୁଳସୀ ଚଉଁରା ଲିପିବ ।
ପୁଣ୍ୟ କାର୍ତ୍ତିକ ଶ୍ରେଷ୍ଠ ମାସ
ଖାଇବ ଅମୃତ ହବିଷ ।
ପଂଚକ ପାଞ୍ଚ ଦିନ ପାଳି
ଘୃତ ଦୀପଟି ଦେବ ଜାଳି ।
କଣ୍ଠେ ତୁଳସୀ ମାଳ ପିନ୍ଧି
ମୁଣ୍ଡେ ତିଳକ ଟିକା ଛନ୍ଦି ।
ନାରାୟଣଙ୍କୁ ଜପୁଥିବ
ପ୍ରମାଦୁ ବଞ୍ଚିତ ଯେ ହେବ ।
ଅନେକ ଜନ୍ମ ତପ ବଳେ
ମନୁଷ୍ୟ ଜନ୍ମ ମହୀ କୋଳେ ।
ରଖିଲେ ସୁନ୍ଦର ବିଚାର
ହୋଇବ ମନୁଷ୍ୟରେ ସାର ।
ସ୍ତାପିଲେ ଏହି ଦିବ୍ୟ ଜ୍ଞାନ
ସନ୍ତୋଷ ହେବେ ଭଗବାନ ।
. *ସମାପ୍ତ*
_____________●◆●_____________
✍ *ଶ୍ରୀମାନ ଅମରନାଥ ବାରିକ୍*
💌 *କୟାଁ, ମଙ୍ଗଳପୁର, ଯାଜପୁର*
*ଓଡ଼ିଶା – ୭୫୫୦୧୧*
📞 *୯୫୪୦୩୦୮୦୯୫ (ନୂଆଦିଲ୍ଲୀ)*
🌺🌿🌺🌿🌺🌿🌺🌿🌺🌿🌺