କର୍ମଫଳ
କଳ୍ପନା ରାୟ
ଦେବତା ହେଉ କି ଯକ୍ଷ କିନ୍ନର
କର୍ମଫଳ ନିଶ୍ଚେ ଭୋଗିଵ ନର
ଜନ୍ମ ପରେ ଜନ୍ମ କେତେ ଜନ୍ମ ଯିବ
ହିସାବ କରୁଛି କିଏ ସେ କାଳିଆ
ଅଜଣାତେ ଅହଲ୍ୟା କରିଲେ ଦୋଷ
ପଡି ରହିଲେ ସେ ପଥର ଭଳିଆ
ରାମ ରୂପେ ତୁମେ ଧରାକୁ ଆସି
ସୁନ୍ଦରୀ ରୂପକୁ ତାଙ୍କ ଦେଲ ପ୍ରକାଶି
ତ୍ରେତୟାରେ କର୍ମଫଳ ସରିଲାନି
ଦ୍ଵାପରେ ଶବର ତୀରରେ ପୁଣି
ଛୋଟ ବେଳୁ ମୁହିଁ ଦୋଷ କରିନାହିଁ
କାହିଁ ରୋଗକଷ୍ଟ ଯୌବନକୁ ଭୋଗେ
ଯନ୍ତ୍ରଣାରୁ ମୁକ୍ତି ପାଇଁ ସର୍ବଦା ଡାକେ
ଭକ୍ତିରେ ଡାକିଲା ଶବରୀ ତୁମକୁ
ଖାଇଲ ତୁମେ ତାର ଅଇଁଠା ଫଳକୁ
ଆଜି ସଂସାରଟା ବିଷମୟ ହେଲାଣି
ତୁମେ ଥାଇ ମାନବ ଅସୁର ହେଲାଣି
ବାପା ମାରେ ପୁଅ, ଭାଇ ପୁଣି ଭାଇକୁ
ନୀର୍ଜିଵ ଟଙ୍କା ପାଇଁ ପିଏ ଅପମାନକୁ
କର୍ମଫଳ ସେମାନେ ନିଶ୍ଚିତ ଭୋଗିବେ
ସେହି ସମସ୍ତଙ୍କୁ ଏକଥା ଜଣା
ଏତେ ଦୁଷ୍ଟ ଲୋକ ଫଳ ଭୋଗିଲେ
କଳିଯୁଗ ପରେ କି ଯୁଗ ଆସିବ ତୋତେ ହିଁ ଜଣା
ତୁମେ ଥାଉଥାଉ କାହିଁକି ମଣିଷ ଏମିତି କରେ
ଅଟକାନ୍ତ ଯଦି କୁକର୍ମରୁ କି ଭୁଲ୍ ହୁଅନ୍ତା ଜଗଦିଶେ
କରି କରାଉଥାଏ ମୁହିଁ,ମୋ ବିନୁ ଆନ ଗତି ନାହିଁ
କୁକର୍ମରୁ କର କ୍ଷାନ୍ତ ଯୋଡ ହସ୍ତେ ଦୟିନୀ
ଭଲ କର୍ମ ଲୋକ କରୁ ଭଲ ଫଳ ପାଉ
ତୋର ଏହି ଭୁମଣ୍ଡଳେ ନାମ ଯଶ ରହୁ
କଳ୍ପନା ରାୟ, ଲଇଡା, ସମ୍ବଲପୁର