କନ୍ୟା ବଞ୍ଚାଅ
***********
କନ୍ୟା ଭ୍ରୁଣ ବୋଲି ନଷ୍ଟ କର ନାହିଁ
ବଞ୍ଚିବା କୁ ମୋତେ ଦିଅ,
ମାତା ଗର୍ଭ ରୁ ଯେ ଏତେ ହିନିମାନ
କାହିଁ କର ମୋତେ କୁହ ?
କନ୍ୟା ସନ୍ତାନ ଟି କ୍ଷତିକାର ନୁହେଁ
ଏଇ ସମାଜ ଟି ପାଇଁ,
ଏକାଧାରରେ ଜାୟା, ଜନନୀ, ପୁଣି
ଭଗିନୀ ହୁଏ ବୋଲାଇ।
ଚାହେଁ ନାହିଁ କିଛି ହୀରା ନୀଳା ମୋତି
ସ୍ନେହ ଚାହେଁ ତୁମ ଠାରୁ,
ଦୟାକରି ତାକୁ ମାରି ଦିଅ ନାହିଁ
ଜନ୍ମ ହୋଇବା ଆଗରୁ।
ଆଜି ର ନାରୀ କିଛି କମ୍ ନୁହଁନ୍ତି
ସବୁଥିରେ ପାରଙ୍ଗମ,
ଆକାଶ କୁ ଛୁଇଁ ଫେରି ଆସିଲେଣି
ଭାବ ନାହିଁ ତୁମେ କମ୍।
କଥା ରେ ଅଛି ଯେ କନ୍ୟା ଜନ୍ମ ହେଲେ
ଘରକୁ ଆସନ୍ତି ଲକ୍ଷ୍ମୀ,
କନ୍ୟା ଭ୍ରୁଣ ଟି କୁ ହତ୍ୟା କରି ତୁମେ
ହୁଅ ନାହିଁ ହତ ଲକ୍ଷ୍ମୀ।
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର