🙍♀️ କନ୍ୟା ସୁରକ୍ଷା🙍♀️
ମୁଁ ଅଟେ ଆକାଶର ତାରାଟେ
ମୁଁ ଅଟେ ଇନ୍ଦ୍ରଧନୁ ର ରଙ୍ଗ,
ମୋତେ ନେଇ ଦେଖାହୁଏ ଏଇ ସମାଜରେ
କେତେ ରୀତିନୀତି ରଙ୍ଗଢଙ୍ଗ।।୧।।
କେତେବେଳେ ମୁଁ ଅଟେ ଦୁହିତା
ଦୁଇ କୂଳ କୁ ପୁଣି ହିତା,
କେତେବେଳେ ମୁଁ ଅଟେ କାହା ପାଇଁ ପୀତା
ଶୁଣିଲେ ମୋ ଦୁଃଖ କଷ୍ଟ ଲଗାଇ ମୁଣ୍ଡ ବ୍ୟଥା।।୨।।
ଶୁଣ ପିତା ମାତା ଶୁଣ ମୋ କଥା
ହୋଇବି ମୁଁ ଦିନ ଜଗତଜିତା,
ହତ୍ୟା କରନାହିଁ; କରନି ଭ୍ରୁଣ ହତ୍ୟା
ଟେକିବି ତୁମ ଯଶ ପଣ କରୁଛି ଏ କଥା।।୩।।
ପୁଅ ଜନ୍ମ ହେଲେ ସମସ୍ତେ ହୁଅନ୍ତି ଖୁସି
ପୁଅକୁ ସମସ୍ତେ ଲୋଡୋନ୍ତି ବେଶୀ,
ହେଲେ ପୁଣି ଖୋଜନ୍ତି ଝିଅଟେ କାହିଁ;
ନିଜ ପୁଅ ବାହାଘର କରିବା ପାଇଁ ?।।୪।।
କନ୍ୟା ମାନେ ଆମ ଘର ସମ୍ମାନ
ତାଙ୍କର ଯତ୍ନ ଯେ ଆମରି ପଣ,
ଦେଖିବା ନାହିଁ ତାଙ୍କୁ ହୀନ ଦୃଷ୍ଟିରେ
ରଖିବା ତାଙ୍କୁ ଦେଇ ସ୍ନେହ ଶ୍ରଦ୍ଧା ଯେ।।୫।।
ନାମ- ରୋଜିସ୍ମିତା ରାଉଳ
ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ଫକୀର ପୁର
i like this wonderful article
ଅତି ସୁନ୍ଦର ଏବଂ ସମୟପଯୋଗୀ କବିତା ଟିଏ। କବୀଙ୍କୁ ଏପରି କବିତା ଲେଖିଥିବାରୁ ସାଧୁବାଦ।
Its a great poem on Fetal killing, really appreciates dear .