କଣ କଲି
ଓଡ଼ିଶାରେ ମୁଁ ଜନମ ହେଲି
ପାଣି ପବନରେ ତାର ବଢ଼ିଲି
ଇଂରାଜୀ ସ୍କୁଲ ରେ ପାଠ ପଢ଼ିଲି
ଦିନ ରାତି ଘୋଷା ବଳଦ ହେଲି
ଆକ୍ସନ କରି ଗୀତ ଗାଇଲି
ସୁର ତାଳ ସବୁ ଭୁଲି ମୁଁ ଗଲି
ପରୀକ୍ଷା ରେ ନମ୍ବର କମ ରଖିଲି
ଭାବି ଭାବି ଖାଲି ପସ୍ତେଇ ହେଲି
ମିସ ଙ୍କ ଠାରୁଖାଲି ଗାଳି ଖାଇଲି
ବୋଉ ଠାରୁ ବହେ ମାଡ଼ ଖାଇଲି
ଶାଗ ପଖାଳ କୁ ଭୁଲି ମୁଁ ଗଲି
ଫାଷ୍ଟ ଫୁଡ ଖାଇ ବାଇଆ ହେଲି
ସରବତ କୁ ଛାଡି କଫି ପିଇଲି
ବୋଉ ଡାକ ଭୁଲି ମମ ଡାକିଲି
ଜନମ ଦିନରେ କେକ୍ କାଟିଲି
ବିରି ଚକୁଳି କୁ ନାକ ଟେକିଲି
ହାଏ ବାଏ କରି ହାତ ଧରିଲି
ପାଦ ଛୁଇଁ ବାକୁ କୁଣ୍ଠିତ ହେଲି
ବିଦେଶୀ ପୋଷାକ ଆଦର କଲି
ନୀତି ଆଦର୍ଶ କୁ ଭୁଲି ମୁଁ ଗଲି
ବିଦେଶୀ ମୋହରେମୁଁ ପଡିଲି
ଆଗକୁ ଦିଶେ ତ ଅନ୍ଧାର ଖାଲି
ଓଡ଼ିଆ କହିବା ଭୁଲି ମୁଁ ଗଲି
ପରିଚୟ ମୋର ହଜାଇ ଦେଲି ବାଟକୁ ଛାଡି ମୁଁ ଅବାଟେ ଗଲି
ଏବେ ଭାବୁଛି ମୁଁ କଣ କଲି
. ରାହାମା
ଜଗତସିଂହପୁର
634 total views, 2 views today