କଳ୍ପିତା ଆଜି ନୀରବ – ଦିନେଶ ଅଗ୍ରୱାଲ
ସମୟର ସ୍ପନ୍ଦନେ ହଜିଯାଏ ଅତୀତ
ଧୋଇହୋଇଯାଏ ସ୍ବପ୍ନ
ଅଥଚ ମୋ ହୃଦୟର ଭଙ୍ଗା କାନ୍ଥରେ ଦପ୍ ଦପ୍ କରୁଥାଏ କଳ୍ପିତାର ମୁହଁ l
ଏକ ନିବୁଜ କୋଠରୀ
ସମୟ ରାତି ବାରଟା
ନଭେମ୍ବର ଚଉଦ
ପୁଣିଥରେ ପୂର୍ବପାଠର ପୁନରାବୃତ୍ତି ହୁଏ l
ଅତୀତର ଇତିହାସ ପୃଷ୍ଠାରେ
ସତେଜ ଦିଶେ କଳ୍ପିତାର ସଜଫୁଟା ମଲ୍ଲୀମୁହଁ
ମୋ ଜନ୍ମଦିନର ଶୁଭ ମୁହୂର୍ତ୍ତରେ
କାହିଁକି କେଜାଣି
କଳ୍ପିତାର ଫୋନ ଆସେନି
କଳ୍ପିତା ଖୁବ ଶାନ୍ତ ଓ ନୀରବ ।
ଦିନେଶ ଅଗ୍ରୱାଲ
Do unto others as you would they should do unto you.
Bahut badhia heichhe
Thank you bhaya
Wow nice poem sir
Thank you so much karuna