*କଳିଯୁଗର ସୀତା*
ସଜନେ ଶୁଣ, କଳିଯୁଗ ସୀତାଙ୍କ
କଥା କରୁଛି ବଖାଣ
ରାବଣ ହରଣ ସୀତାଜେ କରନ୍ତି
କି ଗାଇବି ତାଙ୍କ ଗୁଣ ।।
ମୁଣ୍ଡର ବାଳକୁ ପାର୍ଲର ନେଲାଣି
ଲଜ୍ଜା ବିଦେଶ ଗସ୍ତରେ
ନ ହୁଅନ୍ତି ପୁଣି ରାଜି ରଖିବା କୁ
ବସନ ତାଙ୍କ ଦେହରେ।।
ଛୁଆ ପିଲାଙ୍କୁ ସେ କ୍ଷୀର ପିଆନ୍ତିନି
ବିଉଟିନେସ ହେବ ନାଶ
କସମେଟିକ୍ସ ପାଉଡର ମାଖନ୍ତି
ସଜ କରିବାକୁ ଫେସ୍ ।।
ସିନେମା ପେରେମ ପୁଣି ଫ୍ୟାସନ ସୋ
ବସାଉଠା ତାଙ୍କୁ କଲା
ହାଇହିଲ ପିନ୍ଧି ଗଗଲେସ ନାଇ
ଦେଖ ଐସୁର୍ଯ୍ୟା ଚାଲିଲା ।।
ଷ୍ଟିକର ର ଯୁଗ ହୋଇଲା ତ ଆଜ
ଝୋଟି ଚିତା ଭାଉ ନାହିଁ
ଆଗକୁ ଦେଖିବେ ନେଟ ମାଣବସା
ଆଧୁନିକ ନାରୀ ପାଇଁ।।
ଶ୍ରୀୟା ଚଣ୍ଡାଳୁଣୀ ନାହିଁ କେହି ଏଠି
ସମସ୍ତେ ଏଠି ଶସକ୍ତ
ମାଗଣାରେ ସବୁ ପାଉଅଛୁ ଆମେ
କିଆଁ ହେବୁ ଲକ୍ଷ୍ମୀ ଭକ୍ତ।।
ନୀତି ଛପେ ନାରୀ ନିର୍ଯ୍ୟାତନା କଥା
ଆମ ଖବର ପୃଷ୍ଠାରେ
ପୁରୁଷ ନିର୍ଯ୍ୟାତନା ସହୁଥିବା କଥା
ଛାପିଛି କି କୁହ ବାରେ ।।
ବାଟ ହୁଡ଼ି ଏବେ କୁପଥରେ ନାରୀ
ସୁପଥକୁ ପଛେ ପକାଇ
ତାଙ୍କ ପାଇଁ ଏହି ପୁରୁଷ ଜାତିଟା
ଲୁଚି ଲୁଚି କାନ୍ଦୁଥାଇ।।
କ୍ଷମା କର ପ୍ରଭୁ ମୋ ମାତୃ ଜାତିକୁ
ସଦ ବୁଦ୍ଧି ତାଙ୍କୁ ଦିଅ
ନାରୀର ମହତ୍ତ୍ୱ ବୁଝାଇ ଦିଅହେ
କର୍ତ୍ତବ୍ୟ ପଥ ଦେଖାଅ।।
ମନୋଜ କୁମାର ପଣ୍ଡା
ଅଡା ,ବାଲେଶ୍ଵର
i like this very appropriate article