*କଳଙ୍କ*
*_________*
ଅସୀମ ଆକାଶ ନୀଳ ବର୍ଣ୍ଣ ବେଶ
କଳା ବଉଦ ବିନା କି ସୁନ୍ଦର?
ଚନ୍ଦ୍ର ର ଶରୀରେ କଳା ଦାଗ ଛିଟା ପାଇଁ
ଉଛୁଳି ପଡ଼ଇ ତାର ସୌନ୍ଦର୍ଯ୍ୟ କଳସୀ ର ଶିର।
ଯେଉଁ ପ୍ରେମରେ ନଥାଏ ଅଭିମାନ ର କଳା ଛାଇ
ପୁଣି ରାଗ,ଋଷା,ଝଗଡା
ସେ ପ୍ରେମ ର ଗଳ୍ପ ଏକ ଛଳନା ଉପରେ ଆଧାରିତ
ଦୁଃଖ ଆଉ ପ୍ରତାରଣା ର ମୂଳଧୁଆ ଉପରେ ହୋଇଥାଏ ଛିଡ଼ା।
ନିଃଶ୍ୱାସ କୁ ବାଜି ରଖି
ପ୍ରଶ୍ନ କରୁ ନିଜକୁ
ଧରା ଧାମେ,ଯେଉଁ ନର ଘୃଣା କରେ
କଳଙ୍କ ର ଦାଗ କୁ
ନିଷ୍ଠୁର ପଣିଆ ତାର
ଜଗତ କି ଦେଖିନି
ଜଗତ ର କଳା ଡୋଳେ
କଳଙ୍କ କି ସାଜିନି ।
ଭୁଲ ରୂପି କଳଙ୍କ ର
ଉଦ୍ଦେଶ୍ୟ ଯେ ମହତ
ଠିକ୍ ର ସେ ବାଟ ଦେଖାଏ
ଦେଇ ମାଡ଼ ବେତ।
*_____________*
*ଓମ୍ ମିଶ୍ର*
*ସିକୋ,ରାଜକନିକା, କେନ୍ଦ୍ରାପଡ଼ା*