କଳା କୃତି
———–
ଭଗ୍ନ ଶିଳା ଖଣ୍ଡ
ଦେହ ରେ ଖୋଦନ
ପାଷାଣ ପାଇଛି କି ଜୀବନ ଦାନ
କେଉଁ କଳାକାର
ହାତୁଡ଼ି ର ସ୍ପର୍ଶ
ଗଢି ଦେଇ ପୁରିଛି ତା ଅବଶୋଷ
ସଂସ୍କୃତି ର ବାର୍ତ୍ତା
ଇତିହାସ କଥା
ଅଙ୍ଗେ ଅଙ୍ଗେ ଭାଙ୍ଗେ କଳାକୃତି
ଧୋଇ ଯାଇଛି ସେ
ସ୍ଵେଦ ର ଚିହ୍ନ
ସ୍ପଷ୍ଟହୁଏ ଶିଳା ଗଭୀର କୁ ଦେଖି l
ସବିତା ପଟ୍ଟନାୟକ
କେଉଁଝର