କାହିଁକି ଯିବି ମୁଁ ମନ୍ଦିର
ଲୋକ ଦେଖାଣିଆ ଦିଅଁ ପୂଜିବାକୁ
କାହିଁକି ଯିବି ମୁଁ କୁହ ମନ୍ଦିର,
କାଷ୍ଠ ପାଷାଣକୁ ପୂଜି କେଉଁ ଲାଭ
ତୋଳି ଧରିବ କି କୋଳରେ ତା’ର !
ଘରେ ଅଛନ୍ତି ମୋ ଶ୍ରେଷ୍ଠ ଠାକୁର,
ମୋର ପିତାମାତା ମୋର ପ୍ରାଣ ଦାତା
ତାଙ୍କୁ ପୂଜୁଥିବି ମୁଁ ନିରନ୍ତର ।
ତାଙ୍କ ପାଇଁ ମୁହିଁ ଦୁନିଆ ଦେଖିଲି
ହାତ ଧରି ବାଟ ଚାଲି ଶିଖିଲି,
ଦୁନିଆ ଦାଣ୍ଡରେ ମଣିଷଟେ ହୋଇ
(ତାଙ୍କ) କର୍ମ, ପ୍ରେରଣାରେ ବଡ଼ ହୋଇଲି,
ଏଠି, ସେଠି ଅବା ଯୁଆଡେ ଗଲି,
ମୋ ଦେହର ପ୍ରତି କଣିକାରେ ଲେଖା
ତାଙ୍କ ପ୍ରେମ, ତ୍ୟାଗ ନ ପାରେ ଭୁଲି ।
ମନ୍ଦିରରେ ଦେଖେ ଈଶ୍ବରଙ୍କ ରୂପ
ତାଙ୍କ ସତ୍ତା ଦେହେ ଅନୁଭବଇ,
ଅନ୍ତରେ, ବାହାରେ ସିଏ ତ ଅଛନ୍ତି
ସବୁରି ଭିତରେ ନିର୍ଲିପ୍ତ ହୋଇ,
ଅନ୍ତଃ ଚକ୍ଷୁ ଖୋଲି ତାଙ୍କୁ ଦେଖଇ,
ମନ୍ଦିରରେ ଯେଉଁ ଶାନ୍ତି, ତୃପ୍ତି ଅଛି
ଚେତନା ଜାଗ୍ରତେ ତାହା ମିଳଇ ।
ଦୁଃଖୀ, ଅସହାୟ ଜୀବ-ଜନାର୍ଦ୍ଦନ
ଭିତରେ ଅଛନ୍ତି ଯେଉଁ ଦେବତା,
ତାଙ୍କୁ ଯଦି ମୁହିଁ ତୋଷାଇ ପାରିବି
ନିଶ୍ଚୟ ହୋଇବି ଜଗତ ଜିତା,
ନଥିବ ମନରେ କିଛି ବି ଚିନ୍ତା,
ତେବେ ମନ୍ଦିରକୁ ଯାଇ ନିତି ନିତି
ପୂଜିବି କାହିଁକି ସେଠି ଦେବତା !
କୁରୁଆଁ, ମୁଗପାଳ, ଯାଜପୁର
I like your blog site.. really wonderful colors & topic. Did you make this Web-site by yourself or did you employ another person to get it done in your case? Plz reply as I’m trying to structure my very own web site and want to find out the place u bought this from. thanks
Spot on using this type of publish-up, I basically feel that this Site wants far more attention. I’ll in all probability be returning to examine much more, thanks for the info!