କିଏ ଶ୍ରେଷ୍ଠ ବିଦ୍ଯା ‘ନା’ ବୁଦ୍ଧି
ଶକ୍ତିଦା ବିଷୋୟୀ
ଶ୍ରେଷ୍ଠ ବିଦ୍ଯା କିବା କିବା ବୁଦ୍ଧି ଜ୍ଞାନ
ମହାନ ତା ତୁଳନାତ୍ମକ
ଶିକ୍ଷକ ଙ୍କ ଠାରୁ ଶିକ୍ଷା ଲଭି ଛାତ୍ର
ଗୁରୁ ଆଦେଶେ ଦୈନିକ।।
ବିଦ୍ୟା ଅରଜନେ ବିଦ୍ୟାଳୟ ଧାମେ
ତନ ମନ କୁ ଅର୍ପଣେ
ଶିକ୍ଷକ ଙ୍କ ସେହି ଭଲ ଛାତ୍ର ହୋଇ
ଶ୍ରେଷ୍ଠ ବିଦ୍ୟାର୍ଥୀ ରେ ଗଣେ।।
ପୂର୍ବ ଅରଜିତ ଈଶ୍ବର ଙ୍କ ଦତ୍ତ
ପ୍ରକାଶଇ ଯାର ଜ୍ଞାନ
ବିବେକ ସୁକର୍ମ ଜାଗ୍ରତ ଚୈତନ
ଗଣନାରେ ବୁଦ୍ଧି ମାନ।।
ଯୁଗେ ଯୁଗେ ନୀତି ଲେଖା ଵେଦ ପୋଥି
ବିଦ୍ୟା ଠାରୁ ବୁଦ୍ଧି ଶ୍ରେଷ୍ଠ
ଗିରିଜା ନନ୍ଦନ ମହା ବୁଦ୍ଧି ମାନ
ମାତୃ ପିତୃ ପୂଜ୍ୟ ନିଷ୍ଠ।।
ସଦ୍ଦବୁଦ୍ଧି ଖଟାଇ ଚତୁର୍ପଶ୍ବ ଘୁରି
ପୃଥିବୀ ପରିଭ୍ରମଣ
ତୀର୍ଥ ଚାରିଧାମ ପାଇ ମହା ପୂଣ୍ୟ
ଅଗ୍ର ପୂଜ୍ୟ ମାନ୍ୟ ଗନ୍ଯ।।
ସର୍ବ ଦେବଲୋକ ପାଇ ମହା ତୋଷ
ଆଶ୍ରୀବାଦ ପୁଷ୍ପ ବୃଷ୍ଟି
ଜ୍ୟେଷ୍ଠ କାର୍ତ୍ତିକେୟ ହୋଇଲେ ପରାସ୍ତ
ଘୁରି ଘୁରିକା ଆସକ୍ତି।।
ବିଦ୍ୟା ଶିକ୍ଷା ଠାରୁ ଶ୍ରେଷ୍ଠ ବୁଦ୍ଧି ଜ୍ଞାନ
ଜିଣି ଯାଏ ଭୃମଣ୍ଡଳ
ଜୀବନ ସଂଗ୍ରାମେ ହାରିଯାଏ ନାହିଁ
ରକ୍ଷା କରେ ବୁଦ୍ଧି ବଳ।।
ଜ୍ଞାନୀ ଗୁଣୀ ଜନ ଅଟନ୍ତି ମହାନ
ସର୍ବତ୍ର ରେ ଉଚ୍ଚା ସନ
ଦେଶ ବିଦେଶରେ ପୂଜା ପାଉଥାଏ
ବୁଦ୍ଧି ପ୍ରଗତି ମହାନ।।
ସୋରଡ଼ା, ଗଞ୍ଜାମ