କବିତା
କବିତା ଗଢି଼ଛି କେତେ ମନ୍ଦିର, କୋଣାର୍କ।
କବିତା ଭରିଛି ପ୍ରାଣ, ଚିଆଁଇଛି କେତେ ଭଗ୍ନ ସ୍ତୂପ।
ଜିଆଇଛି କେତେ ମୃତ, ଅର୍ଦ୍ଧମୃତ,କେତେ ଜୀଵନ୍ମୃତ।
ଯଉଵନ ଭରିଛି ପୁଣି,ଧରି ଆଣି ଟାଣି, ଯିଏ ଯଉଵନ ଗତ।
କେତେ କିମ୍ବଦନ୍ତୀ ପରେ କରିଛି ସ୍ବାକ୍ଷର।
କେତେ ସତ୍ୟପାଠ ପରେ ଭରିଛି ହାମି,କରିଛି ହସ୍ତାକ୍ଷର।
କେତେ ନା ଅଜଣା ଅ -ତିଥି କୁ ଦେଇଛି ସ୍ବୀକୃତି।
ନକ୍ଷତ୍ର କୁ ସାକ୍ଷୀ ରଖି ଖୋଜି ଆଣିଛି କେତେ ହଜିଗଲା ନିଖୋଜ ତିଥି।
ଫୁଲ ଫଳେ ହସାଇଛି କେତେ ଭଗ୍ନ ଵୀଥି।
ଜିଆଇଛି ଧର୍ମପଦ ଦଧିନଉତି ର ମୁଣ୍ଡିମରା ଲାଗି।
ଡ଼ିଆଁଇଛି ସାଗରକୁ ହେଵାଲାଗି ଵାରଶହ ଵଢେ଼ଇଙ୍କ ସୁନାମରେ ଭାଗି।
କବିତା ହିଁ ଫୁଟାଇଛି ପଥରରେ ଫୁଲ।
କାବ୍ୟ ହିଁ ସଜାଡିଛି ପୁରାଣ, ଇତିହାସର ଯେତେ ସବୁ ଭୁଲ।
କବିତା ଦେଇଛି ଭରି ଇତିହାସ ଭୁଲ୍ ର ମାସୁଲ।
ଉଜାଣି ଆଣିଛି ଟାଣି,ସମୟକୁ କବିତା ଭେଳାରେ।
ସଜାଡି଼ଛି ଘଟଣାକୁ ସମୟ ଖଳାରେ।
ରଙ୍ଗେଇଛି କ୍ରମାନ୍ବୟେ ନିଜସ୍ବ କଳାରେ।
ଚିଲିକାରେ ଵୁହାଇଛି ଅଦିନିଆ ଝଡ଼।
ଵୁଡା଼ଇଛି ଜାଇ ର ନାଆକୁ ଥିଲେ ବି ଯେତେ ଶକ୍ତ,ଦଢ଼।
ଜିଆଇଛି କାଳିଜାଇ,ଠିଆ କରି କାଳିଜାଇ ଜାଗ୍ରତ ମନ୍ଦିର।
କବିତା ବି ପାରେ କରି ଅସାଧ୍ୟ ସାଧନ।
କବିତା ଛଳରେ କଵିଟି ଵୋଲାଏ ଆତ୍ମ ଭୋଳା,ସ୍ବପ୍ନଚାରୀ, ହୁଏ ବଦନାମ।
କଵିଟିର ଏଇ ପ୍ରାପ୍ତି,ଏଇ ଶେଷ ପରିଣତି।
ହଜାଏ କେତେ ନିଦ,କେତେ ସ୍ବପ୍ନ ଭରା ରାତି।
କଵିକୁ ହିଁ ସହିବାକୁ ହୁଏ ଯେତେ କବିତା ହୁଜ୍ଜୁତି।
କବିତା ଯୋଗେ ଲୋକହସା,କବି ଟି ହିଁ ସହେ ଯେତେ କବିତା ର ଅସହ୍ୟ ଵଜ୍ଜାତି।
ଡଃ ଶୈଳବାଳା ଦାଶ।
695 total views, 1 views today