କବିତା ମୋର ବନିତା (ଛନ୍ଦ-ଆହାରୀ)
କବିତା ମୋର ବନିତା’ ତା’ ଭାବରେ’,
ମଜ୍ଜି ହଜି ଯାଏ ନିତି’ ମୁଁ ପ୍ରୀତିରେ’ ।
ମୋ ମନ ମାନସ ସ୍ବତଃ’ ନିର୍ଝରିଣୀ’,
ଝରିଝରି ଯାଏ ତୋଳି’ ସେ ରାଗିଣୀ’ ।
ହୃଦ ପୂରି ଉଠେ ମୋର’ ତା’ ପରଶେ’,
ତା’କୁ ତୋଳି ଧରେ କୋଳେ’ ମୁଁ ହରଷେ’ ।
ତା’ ବିନା ଜୀବନ ଶୂନ୍ୟ’ ଲାଗେ ମୋତେ’,
ଜୀଇଁବା ଶକ୍ତି ଯୋଗାଏ’ ସିଏ କେତେ’ !
ତା’ର ସ୍ମରଣ ମୋ ମନେ’ ଭରେ ସୁଖ’,
ଯେତେ ବି ବାଧା ଆସିଲେ’ ନାହିଁ ଦୁଃଖ’ ।
ତୁଣ୍ଡରେ ତା’ ନାମ ଧରି’ ଲଭେ ଶାନ୍ତି’,
ପବିତ୍ରତା ଭରି ଯାଏ’ ମୋର ମତି’ ।
ନବ ଉନ୍ମାଦନା ଭରି’ ମୋର ମନ,
ନବ ସୃଜନରେ ଜଗା’ ଏ ଚେତନ ।
ତା’ ପ୍ରେମେ ହୋଇଣ ବାନ୍ଧି’ କଟୁ ଦିନ’,
ଜୀଇଁଥିବା ଯାଏ ଥାଉ’ ପ୍ରାଣ ଧନ’ ।
କୁରୁଆଁ, ମୁଗପାଳ, ଯାଜପୁର
350 total views, 1 views today