କବିତା,,,,,,
କବିତା କବିର ମାନସ କନ୍ୟା
କବି ତା ଠି ଆନନ୍ଦିତ ଅନନ୍ୟା।
କବି ତା ର ସୁଖ ଦୁଃଖ ଥିଲେ
କବିତା ର ବକ୍ଷ ରେ ସେ ଢାଳେ।
କବିତା ସୁନ୍ଦର ଯଦି ହୋଇ ଯାଏ
କବି ତା ର ପ୍ରସିଦ୍ଧି ବଢାଇ ଥାଏ।
କବି ତା ର ବକ୍ର ଚାହାଣି ଦିଏ
କବିତା ଆଧୁନିକା ହୋଇ ଯାଏ।
କବି ତା ପ୍ରେମ କଥା ଯାହା ଥାଏ
କବିତା ରେ ସେ ସ୍ଥାନ ଦେଇଥାଏ।
କବି ତା ଅନ୍ତର ବେଦନା ଯେତେ
କବିତାରେ ପ୍ରକାଶ କରଇ ସତେ।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର