ଯୁଦ୍ଧ…
ଏଇ ତ ଭିଡ଼ି ମୋଡ଼ି ଉଠିଲାଣି ଡମ୍ବରୁ। ଯେମିତି ଯୁଦ୍ଧକୁ ଯିବ… ତୟାର୍।କୋଉ ଯୁଦ୍ଧ ଭଲା,କାହା ସହ ଯୁଦ୍ଧ ସେ ଜାଣିଥିବ।ଇଏ କ’ଣ ଲୁଚିକି ବାଡ଼ି ପଟ ଦୁଆର ଦେଇ ହାଜର ବିଦେଇ ଭାରିଜା ଚା’ ଦୋକାନରେ,ଠିଏ ଠିଏ ଚା’ ଢକଢକ ପିଇ ବିଡ଼ି ଲଗେଇ ହଜିଯାଇଛି ଯୁଦ୍ଧରେ।କି ଯୁଦ୍ଧ ହେଇଥିବ।ହେଇଥିବ କି ବାସି ବିଛଣାରୁ ଆରମ୍ଭ ଏ ଯୁଦ୍ଧ ଟା। ହଁ ନ ହବ କାହିଁକି। ଦରବୁଢ଼ା ଟେ ହେଲାଣି।ଦାଦନରୁ ଫେରି ଭାରିଯା ପଇସା ଉଡଉଛି ଗଞ୍ଜେଇ ଜୁଆରେ।ପିଲା ଦି’ଟାଙ୍କୁ ଅନଉନି ଆଡ଼ ଆଖିରେ।ଠୁଙ୍ଗା କରି ପର ପାଇଟି କରି କେତେ ସମ୍ଭାଳନ୍ତା ଯେ ମାଇପି ଟା।ଆଜି ତ ହବ ଗୋଟେ ଆଉ।
କେଜାଣି ଡମ୍ବରୁ ଟା ଘରକୁ ଫେରି ସାମ୍ନା କରିବ ଯୁଦ୍ଧକୁ ଅବା ଅନ୍ତର୍ଦ୍ଧାନ ହେଇଯିବ ପବନରେ। ଏଇମିତି ମନକୁ ମନ ଯୁଦ୍ଧ ରେ ଛନ୍ଦି ହେଇ ପୁଣି ବିଡ଼ି ଟେ ଲଗେଇଛି ଡମ୍ବରୁ…।।
ଜୁମର ନାଥ ପାତ୍ର
ବାଲେଶ୍ଵର