April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଜୋକର — ଜନ୍ମଜୟ ନାୟକ*

#ଜୋକର

 

ନିଜ ମନର କୋହକୁ କବର ଦେଇ ସମସ୍ତଙ୍କୁ ହସ ବାଣ୍ଟୁଥିବା ଲୋକର ଦୁଃଖର ପରିଧି ମାପିବା ଦୁନିଆର ସବୁଠାରୁ ଜଟିଳ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯନ୍ତ୍ରଣାର ଜତୁଶାଳରେ ଅହରହ କଷଣର ବ୍ୟାକରଣ ଘୋଷୁଥିବା ମଣିଷ ବି ଏ ସଂସାରରୂପୀ ରଂଗମଞ୍ଚରେ ମିଛଅଭିନୟ କରେ ଜୋକର ପରି। ସମସ୍ତଙ୍କୁ ଖୁସିର ଉପହାର ଦେଇ ପରିହାସର ପାତ୍ର ସାଜେ। କିନ୍ତୁ କେହି କେବେ ପଢିବାକୁ ଚାହାନ୍ତିନାହିଁ ତା’ ହୃଦୟପୁସ୍ତକର ମୁଦିତ ପୃଷ୍ଠାରେ ଲୁକ୍କାୟିତ ଅକୁହା କାହାଣୀର ପରିଭାଷା । ମନ ପୋଡିଯାଉଥିଲେ ବି ପେଟର ଭୋକ ମେଣ୍ଟେଇବାକୁ ବହୁରୂପୀ ନାଟ କରିଚାଲେ ଏ ସମାଜ ଆଗରେ।ତା’ର ଲୁହସବୁ ଉଷ୍ମବରଫ ସାଜିଯାଆନ୍ତି । ମିଛନାଟକରେ ସେ ଥକି ପଡିଲେ ବି କାହାକୁ କହିପାରେନି। ନିଜଭିତରେ ହାରିହାରି ଜିତିବାର ନିଷ୍ଫଳ ପ୍ରୟାସ କରିଚାଲେ। ହେଲେ ବି ତା’ ଜୀବନର ଜଟିଳଗଣିତ ସମାଧାନ ହୁଏନି।

 

(୧)

 

ଏକ ସୁପ୍ରସିଦ୍ଧ ନାଟ୍ୟସଂସ୍ଥା ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ନାଟକଟିଏ। ଜୋକର ଭୂମିକାରେ ରାଜୁ ଉପସ୍ଥିତ ସବୁ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିସାରିଲାଣି। ତାଳିରେ ସେ ସ୍ଥାନଟି ପ୍ରକମ୍ପିତ ହୋଇଉଠୁଥାଏ। ଅଭିନୟରେ ମୁଗ୍ଧ ହୋଇ କେହି କେହି ୧୦୦ ଟଙ୍କା କିମ୍ବା ୨୦୦ଟଙ୍କା ଉପହାରସ୍ୱରୂପ ଦେଉଥାନ୍ତି । କିନ୍ତୁ ନିଜ ଅଭିନୟଚାତୁରୀରେ ସଭିଙ୍କ ହୃଦୟ ଜିଣିଥିବା ରାଜୁ ମନେମନେ କାଳିଆଗୋସେଇଁଙ୍କୁ କୋଟିଜୁହାର କରୁଥାଏ।

-” ହେ ପ୍ରଭୁ! ସତରେ ତୁମ ମହିମା ଅପାର। ତୁମକୁ କୋଟି ଜୁହାର। ଯାହା ହେଉ ମାଆପାଇଁ ଔଷଧ ଟିକେ ନେବାପାଇଁ କିଛି ଟଙ୍କା ହୋଇଗଲା। ”

ତା’ ଆଖିଆଗରେ ନାଚିଉଠୁଥାଏ ରୋଗିଣା ମାଆର ସେ ନିରୀହ ମୁହଁଟି। କୋଟରାଗତ ଆଖିଯୋଡିକରେ ପଲକ ନପକେଇ ଚାହିଁ ବସିଥିବ ପୁଅ ଆସିଲେ ଔଷଧ ଆଣିବ। ନହେଲେ ଗୋଟିଏ ରାତି ଗୋଟିଏ ଯୁଗପରି ଲାଗି ଏ ପୁରୁଣା ଶ୍ୱାସବେମାରି ତାକୁ ନରକଯନ୍ତ୍ରଣା ଠୁଁ ବଳିଯିବ। ଆସିଲାବେଳେ ପଛରୁ ଡାକି କହିଥିଲା

-” ବାବୁରେ! ଏ ଜାଡ ରେ ପୁଣି ସେ ପୁରୁଣା ଶୁଆସ ବିମାରିଟା ବାହାରିଛିରେ। କାଶିକାଶି ନୟାନ୍ତ ହେଲିଣି। ଠିକ୍ ରେ ନିଃଶ୍ୱାସ ବି ନେଇପାରୁନିରେ କି ଭଲରେ କଥାକହିପାରୁନିରେ ଧନ। ଆସିବାବେଳକୁ ଟିକେ ବଇଦ ପାଖରୁ କହିକି ଔଷଧ ପାନେ ଆଣିବୁରେ। ”

ଲୁହ ଛଳଛଳ ହେଇ ଆସୁଥିବା ଆଖିକୁ ବୁଝେଇ ସେ ତାର ଜୋକର ଅଭିନୟ କରିଚାଲିଥାଏ ।

 

(୨)

 

ୟୁଟିଉବ୍ ରେ ହରିହରର କମେଡି ସୋ ଦେଖିବାପରେ ହସକୁ ନିୟନ୍ତ୍ରଣରେ ରଖିବା ନିହାତି କଷ୍ଟକର ବ୍ୟାପାର। ବିଭିନ୍ନ ପରିଚୟନେଇ କେବେ ନାରୀବେଶ ତ କେବେ ପିଉସା ସାଜି ସମସ୍ତଙ୍କୁ ହସର ଖୋରାକ୍ ଯୋଗାଇ ହୃଦୟ ଜିଣୁଥିବା ଲୋକ ସିନା କ୍ୟାମେରା ସାମ୍ନାରେ ଜୋକର ପରି ଅଭିନୟକରି ହସର ପେଡି ଖୋଲିଦିଏ। କିନ୍ତୁ ତା ସଂଘର୍ଷର କାହାଣୀ ପରଦାପଛରେ ରହିଯାଏ। ପାଠପଢାରେ ଡୋରି ବାନ୍ଧି, ଘରୁ ରାଗି ରାଜଧାନୀ ଭୁବନେଶ୍ଵର ଚାଲିଆସିଥିଲା। କେତେ ରାତି ରେଳ ପ୍ଲାଟଫର୍ମ ଓ ମନ୍ଦିର ପିଣ୍ଡାରେ କାଟିଛି, ସେହି ଜାଣେ। କେତେ ଲୋକଙ୍କ ଟାହଟାପରା ,ପରିହାସ ଶୁଣେ।

 

(୩)

 

ଆଜି ନନ୍ଦିନୀର ଜନ୍ମଦିନ। ରାଜମହଲ ପରି ଘର କୁ ନାନା କିସମର ରଙ୍ଗୀନ ଲାଇଟ ଓ ଫୁଲହାରରେ ସଜାଯାଇଛି। ସାଙ୍ଗସାଥି ଓ କୁଣିଆମାନେ ଆସିସାରିଲେଣି। ସମୟ ପ୍ରାୟ ରାତି ୮ ହେଲାଣି। ମାଆ ଓ ଅନ୍ୟମାନେ ବୁଝେଇ ବୁଝେଇ ଥକିଲେଣି। ହେଲେ ନନ୍ଦିନୀର ଏକାନ୍ତ ଜିଦ୍ଦି ।

-” ବାପା ମୋତେ କଥା ଦେଇଯାଇଛନ୍ତି ଠିକ୍ ସମୟରେ ଆସିବେ, ମୁଁ ତାଙ୍କର ଗେହ୍ଲୀ। ସେ ନଆସିଲେ କେକ୍ କାଟିବନି। ” ପାଖରେ ଧନ ଅଛି କିନ୍ତୁ ସମୟର ଅଭାବ ମହେଶ୍ୱର ବାବୁଙ୍କୁ। ପ୍ରାଇଭେଟ୍ ଚାକିରି ମାନେ ତ ମୁଣ୍ଡବିକ୍ରି ସହ ସମାନ। ବସ୍ ଙ୍କର ଆଦେଶ ମାନିବାକୁ ପଡିବ। ଇଚ୍ଛାଥାଇ ବି ଆସୁଆସୁ ଡେରି ହୋଇଗଲା। ନିଜର ଜୀବନସମ ଝିଅକୁ ମନେଇବାକୁ ଏକ ଅଭିନବ ପ୍ରୟାସ କରିଲେ ମହେଶ୍ୱର ବାବୁ। ନିଜର ଥକାପଣ, ଟେନସନକୁ ମନରେ ଲୁଚେଇ ଏକ ଜୋକର ବେଶରେ ସାଥୀରେ ବିଭିନ୍ନ ଉପହାର ନେଇ ଆସି ପହଞ୍ଚିଲେ।

-” ଆସରେ ପିଲେ ! ଚକୋଲେଟ୍, କଣ୍ଢେଇ, ମିଠା, ଆଇସକ୍ରିମ୍, କୁରକୁରି..ଆହୁରି କେତେ ଜିନିଷ ଆଣିଛି। ”

ପିଲାମାନେ ଦୌଡିଯାଇ ନେବାକୁ ଲାଗିଲେ ଜୋକରଙ୍କ ବୁଜୁଳିରୁ। ହେଲେ ନନ୍ଦିନୀ ଆଶ୍ଚର୍ଯ୍ୟ ହୋଇ ଏକଲୟରେ ଚାହିଁରହିଥାଏ।

–“ସ୍ୱରରେ ଏତେ ଆପଣାପଣର ମହକ କାହିଁକି ଭରିଛି? କିଏ ଏ ମହାଶୟ ? ”

ଏମିତି ଅସମାହିତ ପ୍ରଶ୍ନଗୁଚ୍ଛ ସମାଧାନପାଇଁ ମାଆଙ୍କୁ ଖାଲି ବଲବଲ କରି ଚାହିଁଥାଏ ।

ଏପଟେ ମସଂଗୀତର ତାଳେତାଳେ ନାଚି ସମସ୍ତଙ୍କୁ ହସେଇ ଚାଲିଲେ ଜୋକର ମହାଶୟ । କିଛିକ୍ଷଣ ପାଇଁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲେ । ଯେତେବେଳେ ମୁଖା ଖୋଲିଲେ, ସମସ୍ତେ ଚକିତ ହୋଇଗଲେ । ପାଣିଫୋଟକା ପରି ନନ୍ଦିନୀର ରାଗ ଫସରଫାଟିଲା।

-“ବାପା! ତୁମେ ଏ ବେଶରେ” କହି ଆସି କୁଣ୍ଢେଇପକେଇଲା।

କେକ୍ କାଟି ପ୍ରଥମେ ଜୋକରବେଶଧାରୀ ବାପାଙ୍କୁ ଖୁଆଇବାବେଳେ ଦୁହିଁଙ୍କ ଆଖିରୁ ଅମାନିଆ ଆନନ୍ଦାଶ୍ରୁ ଝରିପଡୁଥିଲା।

 

ଜନ୍ମଜୟ ନାୟକ

ଗଣିତ ଶିକ୍ଷକ

ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ

ଜଗତସିଂହପୁର

୯୩୩୭୮୦୦୫୬୫

Loading

Leave a Reply

Your email address will not be published. Required fields are marked *