ଯାହାର ନାଁ ମା
ସବିତା ପଟ୍ଟନାୟକ
ଜୀବନ୍ତ ପିଣ୍ଡୁଳା ଭାବେ ଦଶମାସ ଦଶ ଦିନ ଯାହାର ପଞ୍ଚ ଇନ୍ଦ୍ରିୟର ସାହାରା ରେ ଦୁନିଆକୁ ଅନୁଭବ କରାଯାଏ …….
ସିଏ ହେଉଛୁ ତୁ….
ଯେଉଁ ସ୍ପର୍ଶ ର ହୃଦୟ ମନ ଆନ୍ଦୋଳିତ ହୋଇ ଆଖିରେ ଅଶ୍ରୁ ଆଣିଥାଏ ….
ସେଇ ଛୁଆଁ ହିଁ ତୋର…
କୁଆଁ କୁଆଁ କାନ୍ଦ ର ପ୍ରଥମ ସ୍ଵର ଯାହାର ହୃଦୟରେ ସାଜିଥାଏ ବ୍ୟାକୁଳତା ପୂର୍ଣ୍ଣ କୁହୁଡ଼ି ରେ ଖରାର ଅନୁଭବ….
ସେଇ ଜଣଙ୍କ ହେଉଛୁ ତୁ….
ଯେଉଁ ସ୍ନେହ କ୍ଷଣ ସ୍ଥାୟୀ ଆଉ ଚିର ସ୍ଥାୟୀ ସ୍ନେହ ର ପାର୍ଥକ୍ୟ କୁ ଅନୁଭବ କରାଏ…
ସେହି ସ୍ନେହ ହିଁ ତୋର ..
ଯାହା ହୃଦୟ ର ଉଲ୍ଲାସ ଆଉ ମୋ ଓଠର ହସ ମଧ୍ୟରେ ରହିଛି ଏକା ଗୁପ୍ତ ସେତୁ ..ଯେଉଁଠି ତୋର ମୋର ଅନ୍ତରର ଭାଷା ର ଘଟେ ମିଳନ….
ସେଇ ସେତୁର ସୃଷ୍ଟି କର୍ତ୍ତା ହେଉଛୁ ତୁ…
ସବୁ ସମ୍ପର୍କ ସବୁ ସ୍ନେହ ର ଉର୍ଦ୍ଧ୍ଵରେ ଯେଉଁ ଶାନ୍ତିର ସ୍ତୁପ ରହିଛି ..
ସେ ସ୍ତୁପର ଶାନ୍ତିର ମୂର୍ତ୍ତୀ ହେଉଛୁ ତୁ…
……….ଯାହାର ନାଁ ମାଆ………
କେଉଁଝର