ଜୀବନ
*******
କଥା ଗଣ୍ଠି କଲେ ଭାବ ହଜିଯାଏ
ମିଳିବା ସହଜ ନୁହଁ
ଅଡୁଆ ସୂତାକୁ ସଜାଡି ଦେଲେତ’
ଜୀବନର ନୂଆ ଖିଅ !!
ଯେଉଁଠୁ ଆରମ୍ଭ ସେଇଠି ହିଁ ଶେଷ
ନୂଆ ରାସ୍ତାଟିଏ କାହିଁ
ଚକା ଭଉଁରୀ ରେ ଘୁରୁଛି ଜୀବନ
ଚାଲିବାର ଶେଷ ନାହିଁ ।।
ହସ କାନ୍ଦ ସତେ ଜୁଆର ଓ ଭଟ୍ଟା
ଜୀବନ ନଈର ତୀରେ
ସମୟର ନାଆ ଭାସି ଚାଲୁଥାଏ
ଉଜାଣି ସୁଅର ଧାରେ ।।
# ସୁଦର୍ଶନ ମହାପାତ୍ର,
କୁଞ୍ଜବିହାରୀ ଲେନ,କଟକ#
248 total views, 1 views today