“ଜୀବନ ଶଗଡଗାଡି”
**************
ଜୀବନର ଗାଡି, ଯାଏ ଗଡି ଗଡି
ସଂସାର ସଡ଼କ ପରେ,
ଶ୍ୱାସ ପ୍ରକ୍ରିୟାଟି ବାହକ ସାଜିଛି
ହୃତପିଣ୍ଡ ଆସନେ ବସି ll(1)
ନବ ଯଉଵନ ବଡ଼ ଛନଛନ
ମାଡି ଚାଲୁଥାଏ ନିତି,
ଖାଲଢିପ କଣ୍ଟାଲଟା ଜମାସେମାନେନା
ବଳିଆର ସେହି ସ୍ଥିତି ll(2)
ସମୟ ସାଥିରେ ବଳ ବୟସ ତୁଟିଲା
ତୁଟିଲା ତା ଟାଣପାଣ,
ଖରା, ବର୍ଷ, ଶୀତ ବେଦନା ସହିସେ
ହୋଇଲା କ୍ରମଶଃ କ୍ଷୀଣ ll(3)
ଓଜ ତେଜସବୁ କମି କମି ଗଲା
ହୋଇଲାଟି ସିଏ ବୁଢ଼ା,
ପାଇ ହତାଦର ଘରକୋଣେ ବାସ
ଜରାଜୀର୍ଣ୍ଣ ତନୁ ଛିଡା ll, (4)
ଶଗଡକୁ ଦେଖି ଶଗଡିଆ ମନ
ଉଚ୍ଛାଟରେ ନାଚୁଥିଲା,
ଭାବ ସମୁଦ୍ରରେ ଲହରୀ ଖେଳିଲା
ଗୀତ କେତେ ଗାଉଥିଲା ll(5)
ଅଜ୍ଞାନ ମନରେ ଜୀବନର ପାଠ
ତଡ଼ବାଡ଼ କଡ ଏଡି,
ଆଗୁଆ ଭାବନା, ମନୁ ପୁଛି ଥିଲା
ବଢ଼େଇ ଭାବନା ବାଢି ll(6)
ଚକ, ଅଖ ଏବେ ହୋଇଲା ହୁଗୁଳା
ଖାଇ, ଦୁଃଖ, ଶୋକ ମାଡ,
ଅନୁତାପ ଅଶ୍ରୁ, ବଳି ପଡିଗଲା
ବିଦ୍ଧି, ବିଧାନ ଗଢପିଢ଼ ll(7)
ବୟସ, ଯଉଵନ ବୃଥା ସନମାନ
ନାହିଁ ସେତ ଚିରସ୍ଥାୟୀ,
ଅବୁଝା ମନଟି ଅପେ ବୁଝିଗଲା
କରମ ଆଦରି ସେହି ll(8)
ସମୟର ସାଥି ଆଧୁନିକ ସ୍ଥିତି
ପଟ ବଦଳାଇ ସିଏ,
ପୁରୁଣାକୁ ତେଜି, ନୁଆଁ ନୁଆଁ ଖୋଜି
ସ୍ୱାର୍ଥ ପାଇଁ ଆପଣଙଏ ll(9)
ଶଗଡ ଗାଡିଠୁ ନୀତି ଶିକ୍ଷା ପାଠ
ଶିଖିବlର କେତେ ଅଛି,
ଦୂରଦର୍ଶନଟି ତାପାଶେ ରହିଛି
ଶୁଦ୍ଧି ଜନେ ନିଅ ବାଛି ll(10)
, *********************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449
516 total views, 1 views today