————-(ଜୀବନ ଡଙ୍ଗା)———–
ଭାସ୍କର ରାଉତ।
ଜୀବନ ଡଙ୍ଗାତ ଟଳମଳ ଏବେ କାତ ଆଉ ପାଉନାହିଁ
କେତେବେଳେ ସେତ ବୁଡିଯିବ ସତେ ସେକଥାତ ଜଣାନାହିଁ।
କାମ କ୍ରୋଧ ଲୋଭ ମୋହ ମାୟା ବାଦ ସମ୍ପଦେ ଡଙ୍ଗା ପୁରଣ
କାତ ପାଉନାହିଁ ଆହୁଲାରେ ଯାଇ କୂଳେ ନ ଲାଗିବ ଜାଣ।
ସତ ଶାନ୍ତ ଦୟା ବିସ୍ତାରନ୍ତୁ କାୟା ଲଗାରେ ଅଝାଲ ଡୋରି
ଟାଣି ନେଇଯିବ ଏପାଖୁ ସେ ପାଖ ସହଜେ ହୋଇବି ପାରି।
ହେ ଭବ ନାଉରୀ କରୁଛି ଗୁହାରି ମୋ ଡଙ୍ଗା ଏବେ ସମ୍ଭାଳ
ଭଉଁରୀରେ ପଡି ବୁଲେ ଘିରିଘିରି ହେଉଛି ସେ ଟଳମଳ।
ଲାଗିଗଲେ କୂଳେ ନରେନ୍ଦ୍ରର ଜଳେକରିବି ଯାଇ ସ୍ନାହାନ
ଗରୁଡ଼ ପଛରେ ବସିଣ ନିଶ୍ଚଳେ ଜପୁଥିବି ତବ ନାମ।
ରତ୍ନସିଂହାସନୁ ଓହ୍ଲାଇ ଆସିବ କେହି ନ ପାରିବେ ଜାଣି
କରି କୋଳାଗ୍ରତ ପୋଛିଣ ଲୋତକ ଫେରିଯିବ ତୁମେ ପୁଣି।
ପୁଣି ଏକ ଡଙ୍ଗା କରିଦେବ ସଜ ବସିବି ସେଥିରେ ଯାଇ
କାଠକି ପଥର ଯାହା ମୋ କର୍ମର ଦେବହେ ମୋତେ ଯୋଗାଇ।
************************
(ଦେବମାୟା ଭବନ,ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#
8 total views, 1 views today
amazing post
i like this complete article