ଝୁଲା
************************
ପ୍ରସନ୍ନ କୁମାର ମେହେର
କର୍ତ୍ତବ୍ୟର ପଥେ ସୁଗମ ସୁପଥେ
ନିତ୍ୟ ବ୍ୟବହାର ଲାଗି
ସଙ୍ଗେ ସଙ୍ଗ ଝୁଲା ସ୍ମୃତିର ଅଭୁଲା
ଜୀବନର ଉପଯୋଗୀ ।
ପଦାକୁ ଗମିଲେ ଘରୁ ବାହାରିଲେ
ପରିବା କିଣିବା ପାଇଁ
ହୋଇଥାଏ ଲୋଡା ଧରିବାକୁ ଛିଡ଼ା
ବାହୁ ବନ୍ଧନେ ଆବରି ।
ଯାତରା ଭ୍ରମଣେ କରିବାକୁ କ୍ଷଣେ
ହାତେ ଥିବ ଯଦି ଝୁଲା
ନାନାଦି ଦରବ ଜିନିଷ ସରବ
କିଣିବାକୁ ହୁଏ ଭଲା ।
ଓଡ଼ିଆ ରମଣୀ କୁଳ ବଧୂ ରାଣୀ
ବିଳାସ ବ୍ୟସନେ ରଙ୍ଗ
ରଞ୍ଜକ ରଞ୍ଜନେ ମୁଖ ପ୍ରକ୍ଷାଳନେ
ଝୁଲା ସାଥେ ଅନ୍ତରଙ୍ଗ ।
ଜୀବନର ସାଥି ଅନୁଚର ନିତି
ଛାଡ଼ି ପାରେ ନାହିଁ କ୍ଷଣେ
ବିପଦ ଆପଦ ହୁଏ ଫଳପ୍ରଦ
ଜୀବନର ଅନୁକ୍ଷଣେ ।
ପାଠ ପଢ଼ା ସାଥି ଚାଟ ପାଇଁ ପ୍ରୀତି
ଜୀବନର ସହଚରୀ
ପ୍ରତିଟି ମୂହୁର୍ତ୍ତେ ସଙ୍ଗେ ଥାଇ ହିତେ
ନିତ୍ୟ ସେବା ଉପକାରୀ ।
ଭୁଲିବା ନି ମନେ କଦାପି ପରାଣେ
ଝୁଲା ର ଅଭୁଲା ସ୍ମୃତି
ସେବା ଓ ଯତନ ହୃଦେ ଥାଇ ମନ
ସୁରକ୍ଷା କବଚ ମତି ।
————————————–
ଦିଗଶିରା,ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର