*.ଝୁଲା…*
************
ସ୍ମୃତି ବାତାୟନେ ହୁଏ ଉଦ୍ଭାସିତ
ମଧୁର କୋମଳ ଶୈଶବ ବେଳା,
ଦୃଶ୍ୟ ହୋଇଯାଏ ଦରବ ଭଣ୍ଡାର
ପିତୃ ହସ୍ତେ ଶ୍ୱେତବର୍ଣ୍ଣ ସେ ଝୁଲା ll
ରହସ୍ୟ ର ପେଡି ଲୁକ୍କାୟିତ ଯହିଁ
କ୍ରୀଡ଼ନକ ଵସ୍ତୁ ଅବା ମିଷ୍ଟlନ୍ନ,
ଜହ୍ନମାମୁଁ ଶିଶୁଲେଖା ର ପୁସ୍ତକ
ଅବା ବ୍ୟବହାର୍ଯ୍ୟ ଉପକରଣ !!
ସନ୍ଧ୍ୟା ଆଗମନେ କାର୍ଯ୍ୟାଳୟ ତ୍ୟଜି
ଗୃହମୁଖୀ ପିତୃ ତ୍ରିଚକି ଜାନେ,
ଦୁହିତା ଉଲ୍ଲାସ ଲାଳାୟିତ ପ୍ରାଣ
ଭରନ୍ତି ଝୁଲା କୁ ବlତ୍ସଲ୍ୟ ଯତ୍ନେ ll
ଝୁଲା ସନ୍ଦର୍ଶନେ ନୃତ୍ୟରତ ହୃଦ
ଧାବିତ ଜନକ ପରିପାର୍ଶ୍ଵ ରେ,
ପ୍ରାପ୍ତି ଅପ୍ରାପ୍ତି ର ସୋହାଗ ନୈରାଶ୍ୟ
ଛଳ ଛଳ ସ୍ମୃତି ଏବେ ବି ଘାରେ l
ସେପରି ଆକାଶେ ଜନକ ବିଲୀନ
ଝୁଲା ବିଦ୍ୟମାନ ପର୍ଣ୍ଣକୁଟୀରେ,
ଅଲୋଡ଼ା ଅଖୋଜା ବର୍ଜ୍ୟ ଵସ୍ତୁ ରୂପେ
ମୁନିବ ଶ୍ରୀହସ୍ତ ସ୍ପର୍ଶ ସୁମରେ ll
……………………
ଗାୟତ୍ରୀ ମିଶ୍ର…
467 total views, 1 views today