ଝୁଲା
******
ପୁରୁଷ, ମହିଳା, କୁନି କୁନି ପିଲା,
ସଭିଙ୍କ ଆଦରେ ନାମ ମୋର ଝୁଲା ।
କିଏ ମୋତେ କାନ୍ଧରେ ପକାଇ ଚାଲେ,
କିଏ ପୁଣି ମୋତେ ହାତେ ଧରି ବୁଲେ ।
ପିଲାଏ ଭରନ୍ତି ମୋ ଭିତରେ ବହି,
ଟିଫିନ୍ ବୋତଲ ରଖନ୍ତି ଯେ ତହିଁ ।
ବାବୁମାନେ ମୋତେ ନିଅନ୍ତି ବଜାର,
ଆଣନ୍ତି ପୂରାଇ ପରିବା ପତର ।
ସକାଳେ ସଞ୍ଜରେ ଖୋଜା ପଡ଼େ ମୁହିଁ,
ଅତି ଦରକାରୀ ସାଥୀ ମୁଁ ଅଟଇ ।
ପୁସ୍ତକ, ପରିବା ପୁଣି ଯେ ମିଠାଇ,
ମୋ ଭିତରେ ଥାଏ ଭରପୁର ହୋଇ ।
ଯାହା ଦେବ ତାହା ନେବି ମୁଁ କୋଳେଇ,
ସଭିଙ୍କର ପ୍ରିୟ ଝୁଲା ଅଟେ ମୁହିଁ ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra, Ganjam