ଝିଅର ମାଆ
“””””””””””
ମୋ ଶାଶୁ ଝିଅକୁ କହିଦେଲି ଯାଇ
ମନ କଥା ମୋର ଖୋଲି
ମୋ ଘରକୁ ଗଲେ ଜାଣିଥାଲୋ ମଲ୍ଲି
ଜଳିବୁ ତୁ କାଠ ଚୁଲି…….
ଗୋବର ଗନ୍ଧରେ ନାକ ଟେକିବୁନି
ନାହିଁ ମୋର କୋଠାଘର
ଗୋବରରେ ଘର ଲିପିଦେଲେ ପରା
ରୋଗ କୀଟ ହେବେ ଦୂର…….
ସକାଳୁ ସହଳ ଉଠିବୁଲ ଗୋରୀ
ଖରକି ଦାଣ୍ଡ ଦୁଆର
ଗୋବରପାଣି ତୁ ଛିଞ୍ଚିବୁ ଦୁଆରେ
ଅଗଣା ହେବ ପବିତ୍ର…….
ଶାଶୁ ଶଶୁରଙ୍କ ସେବା କରିବୁଲ
ଭାବିବୁନି ତାଙ୍କୁ ପର
ତାଙ୍କ ଆଶୀର୍ବାଦ ବରଷାରେ ପରା
ଧୋଇଯିବ ଦୁଃଖ ତୋର……
ଏତିକି ଶୁଣିକି କହିଲା ମୋ ପ୍ରିୟା
ସପନ ଦେଖନି ଆଉ
ସ୍ଵୟମ୍ବର ମୋର ବଛା ସରିଲାଣି
କହୁଥିଲା ମୋ ବୋଉ…..
କରିଛନ୍ତି ସିଏ ଗର୍ମେଣ୍ଟ ଚାକିରୀ
ଭାରି ବଡ଼ଘର ପୁଅ
ସେ ଘରକୁ ଗଲେ ମହାରାଣୀ ହୋଇ
ରହିବୁ ମୋ ଗେହ୍ଲା ଝିଅ…….
ଶାଶୁ ଶଶୁର ତ ବୃଦ୍ଧାଶ୍ରମେଛନ୍ତି
ନାହିଁ ତାଙ୍କ ସେବା ଚିନ୍ତା
ସେ ଘରକୁ ଗଲେ ଜାଣିଥା ଝିଅ ଲୋ
ହେବୁ ତୁ ଜଗତଜିତା……
ଗରିବ ଝିଅ ତୁ ବୋଲି ତୋର କଣ
ମନ ବୋଲି କିଛି ନାହିଁ
ଶାଶୁ ଘରେ ଯାଇ ଚାକରାଣୀ ପରି
ଖଟିବୁ ତୁ ବୋହୁ ହୋଇ…….
ଶୁଣି ତାର କଥା ବୋଲେଇଲା ମଥା
କେମିତିକା ମାଆ ସିଏ
ଝିଅକୁ ତାହାର ଏମିତି ସଂସ୍କାର
ସଣ୍ଠଣା ଶିଖେଇ ଥାଏ……
ଶ୍ରୀ ଅରେନ୍ଦ୍ର କୁମାର ଦାଶ
କହ୍ନେଇ ଓଗାଳପୁରପ, ବାହାନଗା, ବାଲେଶ୍ବର
112 total views, 1 views today