April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଜୀବନର ଆମନ୍ତ୍ରଣ – ସୁବ୍ରତ କୁମାର ବିଶ୍ବାଳ

ଜୀବନର ଆମନ୍ତ୍ରଣ

 

ଚବିଶି ଘଡ଼ି ବିତି ହେଲା ଚବିଶି ଦିନ।ଚବିଶି ଦିନ ବିତି ହେଲା ଚବିଶି ମାସ।ଚବିଶି ପୂରି ମୀରାକୁ ଚାଲିଲା ପଚିଶ,କିନ୍ତୁ ତା ଜୀବନର ସେହି ମରୁଭୂମିର ମରୀଚିକାରେ କେବେ ଜଳର ସନ୍ଧାନ ମିଳିଲା ନାହିଁ।ଚାତକ ପକ୍ଷୀର ଆଶା,ଆଶାରେ ରହିଗଲା।ପ୍ରତିଦିନ ତାର ଦୁଇ ହରିଣୀ ଆଖି କାହାକୁ ଖୋଜି ଖୋଜି କହୁଥାଏ ପବନର ସୁରେ ସୁରେ “ତୁମେ ସିନା ଚାଲିଗଲ,ଗ୍ରୀଷ୍ମର ଆଗମନରେ।ଗଛରୁ ପତ୍ର ଝଡ଼ିଲା ପରି,ଛାଡି ଚାଲିଗଲ ଦିନେ ଅଦିନରେ।ହେଲେ ମୁଁ ଅପେକ୍ଷା କରିଛି ଚାତକ ପରି,ତୁମ ଅଫେରା ବାଟକୁ ଚାହିଁ,କାଳେ ତୁମେ ଫେରିବ ଅଦିନିଆ ବର୍ଷା ହୋଇ।ଯିବା ପୂର୍ବରୁ ତମେ କହିଯାଇଥିଲ ନିଶ୍ଚୟ ତୁମେ ଫେରିବ ହେଲେ ଏ ଦୁଇ ବର୍ଷ ମଧ୍ୟରେ ତୁମ କଥା ତୁମେ ରଖିଲ ନାହିଁ।ହେଲେ ଏବେବି ତୁମେ ଦିନେ ଫେରିବ ମୋ ଅମର ପ୍ରେମ ମତେ କୁହଇ।”

ପଚିଶ ବର୍ଷ ତଳେ ରାଘବ ବାବୁ ଓ ଶତ୍ରୁଘ୍ନ ବାବୁଙ୍କ ପତ୍ନୀ ଦୁହେଁ ରାମଗଡ଼ପୁର ଗାଁ ର ସରକାରୀ ହସ୍ପିଟାଲର ପ୍ରସବକେନ୍ଦ୍ରରେ ଏକ ପୁତ୍ର ଏବଂ କନ୍ୟାଙ୍କୁ ଜନ୍ମ ଦେଲେ।ରାଘବ ବାବୁ ତାଙ୍କ ପୁତ୍ରର ନାଁ ମାଧବ ଓ ଶତ୍ରୁଘ୍ନ ବାବୁ ତାଙ୍କ କନ୍ୟାର ନାଁ ମୀରା ଦେଇଥିଲେ।ଉଭୟଙ୍କ ପରିବାରରେ ଖୁସିର ଜୁଆର ଖେଳିଉଠିଲା।ଦୁଇ ବନ୍ଧୁଙ୍କ ସମ୍ପର୍କ ଅଧିକ ନିବିଡ଼ କରିବା ଲାଗି,ଦୁହେଁ ଏକ ନିଷ୍ପତ୍ତି ନେଇଥିଲେ ଯେ ପିଲା ଦୁହେଁ ବଡ଼ ହେବାପରେ ଦୁହିଁଙ୍କ ବିବାହ କରାଇ ଏହି ବନ୍ଧୁତ୍ୱର ସମ୍ପର୍କକୁ ପାରିବାରିକ ସମ୍ପର୍କରେ ଯୋଡ଼ିବେ ବୋଲି।

ଏପଟେ ମୀରା ଓ ମାଧବ ଦୁହେଁ ସାଙ୍ଗରେ ପଢ଼ା ଖେଳା ସବୁ କରନ୍ତି।ଛୋଟବେଳଠୁ ଦୁହିଁଙ୍କ ଆଖିରେ ଦୁହେଁ ଚୋରା ପୀରତି ପ୍ରେମ ଦେଖି ସାରିଥିଲେ ଏବଂ ମାଧବ,ମୀରକୁ ବାଳିକା ବଧୂରୁ ବଧୂ ନିରୂପମା କରିବ ବୋଲି ଚିନ୍ତା କରିସାରିଥିଲା ଏବଂ ତାହା ମଧ୍ୟ ହେଲା।ଦୁହେଁ କଲେଜ ପଢ଼ା ସରିବା ପରେ ଦୁହିଁଙ୍କ ପ୍ରେମକାହାଣୀ ଘରେ ପରସ୍ପର ଜଣେଇଦେଲେ।ରାଘବବାବୁ ଓ ଶତ୍ରୁଘ୍ନବାବୁ ଦୁହେଁ ବହୁତ ଖୁସି ହେଲେ।ଦୁହିଁଙ୍କ ନିଷ୍ପତ୍ତି ସଫଳ ହେବାକୁ ଯାଉଛି।ମାଧବ ଓ ମୀରାର ବିବାହ ପାଇଁ ତାରିଖ ଠିକ କରାଗଲା।

ହଠାତ ଏହି ସମୟରେ ଅନ୍ୟ ଏକ ଖୁସିର ମୁହୂର୍ତ୍ତ ଏବେର ଖୁସିକୁ କିଞ୍ଚିତ ଦୁଃଖରେ ପରିଣତ କରିଦେଲା।ମାଧବର ଛୋଟ ବେଳୁ ଲକ୍ଷ୍ୟ ଥିଲା ଦେଶ ମାଆର ସେବା କରିବାକୁ ଯେଉଁଥି ପାଇଁ ସେ ସେନାରେ ଭର୍ତ୍ତି ହେବା ଲାଗି ପରୀକ୍ଷା ଦେଇଥିଲା ଏବଂ ସେ ସେଇଥିରେ ଉତ୍ତୀର୍ଣ୍ଣ ହୋଇଛି ଏ ଖୁସି ଖବର ଶୁଣି ଘର ଲୋକ ଖୁସି ହେଲେ କିନ୍ତୁ ମୀରା ମନରେ ଟିକେ ଆଘାତ୍ ଲାଗିଲା।ମନ ଦୁଃଖ ହେବା ମଧ୍ୟ ସ୍ୱାଭାବିକ, କାରଣ ଆର ଗାଁ ନାରଣ ପିଉସା ପୁଅ ତିନି ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲା ଯେ,କେଉଁ ଏକ ଯୁଦ୍ଧ କରିବାକୁ ଯାଇଥିଲା ଯେ ସହିଦ ହୋଇଗଲା।ତା’ ମଲା ଶରୀର ମିଳିଲାନି,ସେଇଠି ମାଟିରେ ମିଶିଯାଇଥିଲା।

ଯେହେତୁ ମୀରା,ମାଧବର ହେବ ଅର୍ଦ୍ଧାଙ୍ଗିନୀ।ଚିନ୍ତା ତ୍ ରହିବ।ତଥାପି ନିଜ ଛାତିକୁ ପଥର କରି,ନିଜର ହେବାକୁ ଥିବା ଶଙ୍ଖା ସିନ୍ଦୂରକୁ ଆଡ଼େଇ ଦେଇ ମାଧବର କର୍ମ କ୍ଷେତ୍ରକୁ ସ୍ୱାଗତ ଜଣାଇଲା।ସେଇ କିଛିଦିନ ମଧ୍ୟରେ ମାଧବ ବାହାରିଲା ନିଜ କର୍ମ କ୍ଷେତ୍ରକୁ।

ଚବିଶି ଘଡ଼ି ବିତି ହେଲା ଚବିଶି ଦିନ।ଚବିଶି ଦିନ ହେଲା ଚବିଶି ମାସ।ଚବିଶି ପୁରି ମୀରାକୁ ଚାଲିଲା ପଚିଶ।କିନ୍ତୁ ତା ଜୀବନର ସେହି ମରୁଭୂମିର ମରୀଚିକାରେ କେବେ ଜଳର ସନ୍ଧାନ ମିଳିଲା ନାହିଁ।ଚାତକ ପକ୍ଷୀର ଆଶା ଆଶାରେ ରହିଗଲା।ପ୍ରତିଦିନ ତାର ଦୁଇ ହରିଣୀ ଆଖି ମାଧବକୁ ଖୋଜି ଖୋଜି କହୁଥାଏ ପବନର ସୁରେ ସୁରେ “ତୁମେ ସିନା ଚାଲିଗଲ,ଗ୍ରୀଷ୍ମର ଆଗମନରେ।ଗଛରୁ ପତ୍ର ଝଡ଼ିଲା ପରି,ଛାଡି ଚାଲିଗଲ ଦିନେ ଅଦିନରେ।ହେଲେ ମୁଁ ଅପେକ୍ଷା କରିଛି ଚାତକ ପରି,ତୁମ ଅଫେରା ବାଟକୁ ଚାହିଁ,କାଳେ ତୁମେ ଫେରିବ ଅଦିନିଆ ବର୍ଷା ହୋଇ।ଯିବା ପୂର୍ବରୁ ତମେ କହିଯାଇଥିଲ ନିଶ୍ଚୟ ତୁମେ ଫେରିବ ହେଲେ ଏ ଦୁଇ ବର୍ଷ ମଧ୍ୟରେ ତୁମ କଥା ତୁମେ ରଖିଲ ନାହିଁ,ହେଲେ ଏବେବି ତୁମେ ଦିନେ ଫେରିବ ମୋ ଅମର ପ୍ରେମ ମତେ କୁହଇ।”ଆଜି ଏ ଚିଠି ଲେଖୁଛି ମୁଁ ତୁମ ସ୍ମୃତିକୁ ଚାହିଁ।

*ପ୍ରିୟ ମାଧବ,*

*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ । ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ। ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା।ଲେଖିଲି।ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି । ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ ଏବଂ ପ୍ରତିଷ୍ଠା।ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ,କିଛି ମଣିଷର ହୃଦୟରେ ରହି ପାରିଲେ।ଜନ୍ମ ସାର୍ଥକ ହେବ ସିନା। ରହିଲି ।*

*ଶେଷରେ ସ୍ନେହ ନେବ।*

*ଇତି ତୁମର ମୀରା*

ମୀରା ଏହି ଚିଠି ସିନା ଲେଖିଦେଲା ହେଲେ ଦେବ କାହାକୁ??ଯିଏ ଏ ଦୁନିଆରେ ଏବେ ନାହିଁ।ସମସ୍ତଙ୍କୁ ଛାଡି ଏକା କରିଦେଇ ଯିଏ ନିଜ ଦେଶ ମାଆର ସୁରକ୍ଷା କର୍ତ୍ତବ୍ୟରେ ନିଜକୁ ସହୀଦ କରିଦେଇଛି।ନା ଯାହାର ବାଳିକା ବଧୂରୁ ବଧୂ ନିରୂପମା ହେବ ବୋଲି ସ୍ୱପ୍ନ ଦେଖିଥିଲା,କିନ୍ତୁ ଏସବୁ ଭାବି କଣ ହେବ!!ଏବେ ଏ ମୀରା ପରା ଆଉ କାହା ଘରର ବଧୂ ନିରୂପମା ସାଜି ସେ ବଂଶର ଏକ କୁଳ ପ୍ରଦୀପକୁ ଜନ୍ମିତ କରିସାରିଛି।

କଣ ବା ସେ କରିଥାନ୍ତା!!ଚବିଶି ପୂରି ପଚିଶ ଚାଲିଲା ଝିଅକୁ,ସେତେବେଳେ ବାପା ମାଆଙ୍କ ଚିନ୍ତା ତ୍ ବଢ଼ିବ।ଝିଅ ପରା ବଢ଼ିଲା ନଈର ସୁଅ।କେତେଦିନ ଆଉ କୁଆଁରୀ ଝିଅକୁ ଘରେ ରଖିଥାନ୍ତେ ଏଣେ ମାଧବର ତ୍ କିଛି ଖବର ନଥିଲା।ତଥାପି ମୀରା ମନ କହୁଥାଏ ସେ ଦିନେ ନା ଦିନେ ଆସିବେ।ସେ ବିବାହ ପାଇଁ ରାଜି ନଥାଏ।ବାପା ମାଆ ମୁଣ୍ତର ବୁଝ ହାଲୁକା କରିବା ଲାଗି,ଝିଅର ବିବାହ ଠିକ କଲେ।

ଏକ ପକ୍ଷେ ବିବାହର ଖୁସିର ଜୁଆର ଛୁଟିଲା ବେଳେ, ଅନ୍ୟ ପଟେ ମାଧବର ମର ଶରୀର ଘରେ ଆସି ପହଞ୍ଚିଲା।ଶୁଣିବାକୁ ମିଳିଲା ସେ କାଳେ ନିଜ ଦେଶ ପାଇଁ ସହୀଦ ହେଇଛି।

ଏପଟେ ମୀରାର ମଙ୍ଗୁଳା ବେଶ, ସେପଟେ ମାଧବର ମର ଶରୀରର କୋକେଇ ସଜ।ଏପଟେ ମୀରାର ବିବାହ ବେଦୀ ସଜା, ଅନ୍ୟପଟେ ମାଧବର ଜୁଇ ସଜ।ଏପଟେ ମୀରାର ବିବାହ,ସେପଟେ ମାଧବର ମର ଶରୀର ଦାହ।

ମାଧବ ଆସିବ!!ମୀରାର ଦିନେ ବିଶ୍ୱାସ ଥିଲା।ହଁ ଆସିଲା।ଏକ ଅଦିନିଆ ବର୍ଷା ହୋଇ,ଯାହା ଶ୍ରାବଣର ବାରିଧାର ନୁହଁ,ଏକ ପ୍ରଳୟଙ୍କରୀ କାଳବୈଶାଖୀ ହୋଇ।ଯାହା ଆଖିରେ ଦେଇଗଲା ଅସୁମାରୀ ଲୁହର କୋହ।

 

ସୁବ୍ରତ କୁମାର ବିଶ୍ବାଳ

ବାଲେଶ୍ଵର 

Loading

Leave a Reply

Your email address will not be published. Required fields are marked *