ଜୟ ମାଆ ଦୁର୍ଗା
ରଙ୍ଗହୀନ ଆଜି ପାର୍ବଣର ସଜା
ରଙ୍ଗହୀନ ଚଉଦିଗ
ରଙ୍ଗହୀନ ଆଜି ମୃଣ୍ମୟୀ ତରୁଣ
ରଙ୍ଗହୀନ ସାଜସଜା ।
ହସୁନାହିଁ ପୀଠରେ ତୋହର
ଝଲସୁ ନାହିଁ ଲିଚୁବତୀ
ଗୀତ ଗାଉ ନାହିଁ କାଶତାଣ୍ଡି ଫୁଲ
ବାସୁ ନାହିଁ କିଆ କେତକି ।
ପ୍ରୀତିର ଜୋଛନା ଢାଳି ପୁଣି ଆଜି
ହସୁନି ସରଗ ଶଶୀ
ମଳିନ ପଦେ ଏ ତନ୍ଦ୍ରା ରଜନୀ
ମଳିନ ଶଶାଙ୍ଗ ଖୁସି ।
ରଙ୍ଗହୀନ ଆଜି ମନର ଉନ୍ମାଦ
ରଙ୍ଗହୀନ ସବୁ ଆଶା
ରଙ୍ଗହୀନ ପୁଣି ସପନର ଛବି
ମନରେ ଭରେ ନିରାଶା ।
ଜଗତ ଜନନୀ ଅଭୟ ଦାୟିନୀ
ମାତୃ ରୂପିଣୀ ସଂସ୍ଥିତା
ତୁମେ ବରାଭୟ ସାରଦା ବରଦା
ତୁମେ ପରା ଆଦି ମାତା ।
ମୋହିନୀ ବେଶରେ ଘୂରି ବୁଲୁଥିଲ
ରତ୍ନ ଗିରି ବନ ଯାଇ
ଶୁମ୍ଭ ନିଶୁମ୍ଭଙ୍କୁ ବିନାଶ କରିଲ
ନୃତ୍ୟର ଛନ୍ଦ ଶିଖାଇ ।
ସିଂହ ବାହିନୀ ତୁ ମହିଷା ମର୍ଦ୍ଦିନୀ
ହେଲ ତୁମେ ଦଶଭୁଜା
ପାପକୁ ବିନାଶି ପୂଣ୍ୟ ସ୍ଥାପନା
ଉଡିଲା ବିଜୟ ଧ୍ୱଜା ।
ସନ୍ତାନ ବତ୍ସଳା କରୁଣା ମୟୀ ତୁ
ଅଟୁ ଜଗତ ଜନନୀ
ଏ ଧାରା ଧାମରେ ପୂଣ୍ୟର ପସରା
ତୁହି ଦୁର୍ଗତି ନାଶିନୀ
ଶୁଭମ ବେହେରା
ମହାଲକ୍ଷ୍ମୀ ପୁର
248 total views, 1 views today