*{ଜୟ ମାଆ ବିରଜା}*
ମାଆ ବିରଜାଲୋ ମାଆ ବିରଜା
କାହିଁ କେଉଁ କାଳୁ ପାଉଛୁ ପୂଜା,
ଯାଜପୁରେ ଅଛୁ ଭକ୍ତଙ୍କୁ ତାରୁଛୁ
ଜଗତେ ଉଡାଇ ଧୋଜା…!! 0!!
ମାଆ ବିରଜା ଲୋ…..
ଯଯାତି କେଶରୀ ପୂଜିଲେ ତୋ ପାଦ
ଭାବ ଭକତିକୁ ନେଇ,
ପୁରା କଲୁ ତାଙ୍କ ମନର କାମନା
ଅଭୟ ଆଶିଷ ଦେଇ,,
ତୋ ନାଆଁରେ ମାଆ ଜୟ ଜୟ ଧ୍ୱନି
ଚଉଦିଗେ ବାଜେ ବାଜା..!!1!!
ମାଆ ବିରଜାଲୋ………..
ବିନ୍ଧ୍ୟଗିରି ବାସିନୀ ମା ସଙ୍କଟ ହାରିଣୀ
ଅଭୟ ଦାୟିନୀ ମାଗୋ ସୁଖ ପ୍ରଦାୟନୀ
ଦନୁଜ କୁଳ ନାଶିନୀ
ମାଗୋ ଦଶଭୁଜା
ବିପଦ ନଆସେ ପାଶେ
କଲେ ତୋର ପୂଜା
ମାଆ ବିରଜା ଲୋ……….ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର. ଯାଜପୁର
ଦୂରଭାଷ=9439854199.
425 total views, 1 views today