March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଜୟ ଜଗନ୍ନାଥ—ବନଲତା ଜାଲି

ଜୟ ଜଗନ୍ନାଥ

ତୁମେ ପରଂବ୍ରହ୍ମ ଅଦୃଶ୍ୟ ଅବ୍ୟକ୍ତ
ତୁମେ ସୃଷ୍ଟିକର୍ତ୍ତା ଅନାଦି ଅଚ୍ୟୁତ
ତୁମେ ପରା ପ୍ରଭୁ ଅନାଥର ନାଥ
ତୁମେ ଅଟ ସବୁ ହୃଦୟରେ ସ୍ଥିତ
ତୁମେ ସନାତନ ଅସୀମ ଅନନ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମେ ଜଗତର ପ୍ରିୟ ବନ୍ଧୁ ମିତ
ତୁମ ନାମେ ପ୍ରାଣ ହୁଏ ପୁଲକିତ
ତୁମେ ଦାରୁବ୍ରହ୍ମ କାଳିଆ ସାଆନ୍ତ
ତୁମେ କର ପୁଣି ଜୀବନ ପ୍ଳାବିତ
ତୁମରି ପ୍ରେମରେ ବାଇଆ ଜଗତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମେ ଚିରନ୍ତନ ଅମ୍ଳାନ ଅକ୍ଳାନ୍ତ
ତୁମେ ମହାମେରୁ,ପଞ୍ଚମହାଭୂତ
ତୁମ ହାତଗଢା ଏ ସାରା ଜଗତ
ତୁମରି ଆଦେଶେ ସୃଷ୍ଟି ଆତଯାତ
ତୁମେ କର୍ମକର୍ତ୍ତା ଆହେ ନୀଳକାନ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମେ ସ୍ଥିତ ପ୍ରଜ୍ଞ ସୁଦୃଶ୍ଯ ଶ୍ରୀକାନ୍ତ
ତୁମେ ସଂରଚନା ସବୁଠାରେ ବ୍ଯାପ୍ତ
ତୁମ ନାମାମୃତ ଆହାଃ କି ଲାଳିତ୍ଯ
ତୁମ କରୁଣାରେ ତନୁମନ ସିକ୍ତ
ତୁମେ ସତ୍ତ୍ଵାହୀନ ନାହିଁ ଆଦିଅନ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମ ଏ ଦୁନିଆଁ ମିଛ ତୁମେ ସତ
ତୁମ ସଙ୍ଗୀତରେ ଝରଇ ଅମୃତ
ତୁମ ଦରଶନେ ସମସ୍ତେ ଆସକ୍ତ ତୁମେ ମହା ଜ୍ଞାନୀ ମହା ଦୟାବନ୍ତ
ତୁମ ମୁଖସୃତ ଗୀତାଭାଗବତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମ ପରଶରେ ସଂସାର ଜାଗ୍ରତ
ତୁମ ଆଜ୍ଞା ବଳେ ଏ ପୃଥି ଅଶାନ୍ତ
ତୁମେ ବୃହତ୍ତର କ୍ଷୁଦ୍ରମଧ୍ଯେ ଲୁପ୍ତ
ତୁମେ ଦାବାନଳ ଅଗ୍ନିର ପ୍ରଦ୍ଯୁତ
ତୁମେ ମହାଶୂନ୍ଯ ସର୍ବ ପରିବ୍ୟାପ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମ ଦୟାନଦୀ ଚିର ସାରସ୍ବତ
ତୁମ ଦାନେ ସବୁ ପ୍ରାଣ ରୁଦ୍ଧିମନ୍ତ
ତୁମ ଏ ସଂସାର ଅଦ୍ଭୁତ କଳ୍ପିତ
ତୁମ ମୋହମାୟା ସବୁଠି ବିସ୍ତୃତ
ତୁମ ସ୍ମରଣରେ ପାପ ହୁଏ ମୁକ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମେ ଅନୁଭବୀ ଯୋଗଜନ୍ମାକୃତ
ତୁମେ ମହାକାଳ,କାଳରୁ ବିଚ୍ଯୁତ ତୁମେ ଲୀଳାମୟ,ଲୀଳାରୁ ସମ୍ଭୁତ
ତୁମେ ଚିରଞ୍ଜିବୀ ଶରୀର ପ୍ରଶାନ୍ତ
ତୁମେ ନିରାକାର ନାହିଁ ତ ଅସ୍ତିତ୍ବ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମେ ସର୍ବବ୍ଯାପି ସର୍ବତ୍ର ବିଦୀତ
ତୁମ ସ୍ମରଣରେ ସମସ୍ତେ ଆସକ୍ତ
ତୁମପାଇଁବାୟା ସବୁ ସାଧୁସନ୍ଥ
ତୁମେ ମାୟାଧର ମାୟାରେ ରଞ୍ଜିତ
ତୁମେ ମୋହିନିଅ ସମସ୍ତଙ୍କ ଚିତ୍ତ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

ତୁମ ଲାବଣ୍ଯରେ ଜଗତମୋହିତ
ତୁମ ଭାବନାରେ ପ୍ରାଣ ହୁଏ ତୃପ୍ତ
ତୁମ ସୁଦୟାରୁ ବାୟୁ ପ୍ରବାହିତ
ତୁମ ଇଚ୍ଛାବଳେ ସୂର୍ଯ୍ୟଚନ୍ଦ୍ର ଜାତ
ତୁମ ବିନା ନାହିଁ ଜୀବନ କୃତାର୍ଥ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।

କୃଷ୍ଣ ପ୍ରସାଦ,ପୁରୀ

Loading

One thought on “ଜୟ ଜଗନ୍ନାଥ—ବନଲତା ଜାଲି

  1. An excellent share! I’ve just forwarded this onto a colleague who was conducting a bit analysis on this. And he in actual fact bought me evening meal simply because I discovered it for him… lol. So let me reword this…. Thank YOU with the meal!! But yeah, thanks for paying some time to debate this issue here in your World-wide-web web-site.

Leave a Reply

Your email address will not be published. Required fields are marked *