ଜନ୍ମଭୂମି

ଯୋଉଠି ହସେ ସରଗ ଚାନ୍ଦ
ଝିଲି ମିଲି ତାରା ମେଳେ,
ମାଁ ର କୋଳ ସରଗ ମୋର
ନିତି ମୁଁ ତାହାକୁ ଝୁରେ।

ଝରଣା ଯାର ମଧୁର ଅତି
ସାଗର ବିଶାଳ କାୟ,
ଆକାଶ ଯାର ନିର୍ମଳ ଛାତ
ଧରଣୀ ଅମୃତମୟ।

ପଶୁ ପକ୍ଷୀଙ୍କ ସଙ୍ଗମ ଯହିଁ
ଅରଣ୍ୟ ସବୁଜିମା,
ମାଟିରୁ ଫଳେ ହୀରା ଓ ମୋତି
ଜନମ ଭୂଇଁ ତା ନାଁ।

ବାର ମାସରେ ତେର ପରବ
ମା’ ମାଉସୀଙ୍କ ଓଷା,
ବୋଉର ଗାଳି ବାପାଙ୍କ ଛାଟ
ଜେଜେମା’ ପାଖେ ଋଷା।

ଲହଡି ଭାଙ୍ଗେ ସବୁଜ କ୍ଷେତ
ନଈ ତୁଠେ ମୋ ଗାଁଆ ,
ସଞ୍ଜ ହୋଇଲେ ଦୀପ ଜାଳିବ
ଚଉରା ମୂଳେ ମୋ ମା।

ଯୋଉ ମାଟିରେ କଳା ଠାକୁର
ଡାକିଲେ ଉତ୍ତର ଦିଏ,
ସେଇଠି ମୁହିଁ ଜନମ ଲଭି
ଗର୍ବରେ ଓଡ଼ିଆ କୁହେ।

ଚୁମ୍କି ଦାଶ( ମିଶ୍ର )
ବଲାଙ୍ଗୀର

Leave a Reply

Your email address will not be published. Required fields are marked *