**ଜାଣିନଥିଲି**
ଦୁନିଆର ସବୁ ଝଡଝଞ୍ଜାକୁ ସହି
ତୁମରି ହାତକୁ ଧରିଥିଲି
ହେଲେ
ତୁମେ ସେଇ ଝଡ଼ ବୋଲି ଜାଣିନଥିଲି,
ଭାବିଥିଲି
ଆକାଶର ଛାତିରୁ
ମୃଦୁ ମଳୟ ହୋଇ
ମୋ ଉଷ୍ମତାରେ ଶୀତଳତାର ସ୍ପର୍ଶ ଦେବ ବୋଲି
ହେଲେ ଜାଣିନଥିଲି ତୁମେ
ବୈଶାଖର ଗରମ ବାଆ ବୋଲି,
ଭାବିଥିଲି
ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ ବିମୋହିତ କରିବ ବୋଲି
ହେଲେ ଜାଣିନଥିଲି
ତୁମେ ଅମାବାସ୍ୟାର ରାତି ବୋଲି ,
ଭାବୁଥିଲି
ଚନ୍ଦନର ପ୍ରଲେପ ବୋଲି ଦେବ
ମୋ କ୍ଷତରେ
ହେଲେ ଜାଣିନଥିଲି
ତୁମେ ସେ କ୍ଷତକୁ ଆହୁରି
ଗଭୀର କରିବ ବୋଲି ,
ଭାବିଥିଲି
ସାରା ଜୀବନ ତୁମ ହାତ ଧରି
ଚାଲିଯିବି ବୋଲି
ହେଲେ ଜାଣିନଥିଲି
ତୁମେ ସେଇ ଅଥଳ ସାଗରର ଜଳରାଶି ବୋଲି,
ଭାବିଥିଲି
ଇତିହାସର ପୃଷ୍ଠାରେ ଲେଖାହେବ
ଆମ ନାମ ବୋଲି
ହେଲେ ଜାଣିନଥିଲି
ତୁମେ ସେ ପୃଷ୍ଠାକୁ ଚିରିଦେବ ବୋଲି |
**ମୃତ୍ୟୁଞ୍ଜୟ ସାହୁ**
**ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ**
**କବିତା ମିନାର ସାହିତ୍ୟ ଘର**
**ବଡମ୍ବା, କଟକ**
**📱👉9090700601**
426 total views, 1 views today