, ଜାଣିଛକି ପିଲେ !
#ବିଶ୍ୱେଶ୍ୱର ମାଝୀ
ଜାଣିଛକି ପିଲେ ଦେବଭୂମି ବୋଲି
ପରିଚିତ ଆମ ଦେଶ
ଜାଣିଛକି ପିଲେ ଗୋ ଗଂଗା ଗାୟତ୍ରୀ
ମାଆ ସମ ଆମ ଦେଶ !!
ଜାଣିଛକି ପିଲେ ଦେଶ ମାତୃଭୂମି
କେବଳ ଆମରି ଦେଶେ
ଜାଣିଛକି ପିଲେ ନାରୀ ବନ୍ଦନୀୟା
କେବଳ ଆମରି ଦେଶେ !!
ଜାଣିଛକି ପିଲେ ନଦୀ ପରବତ
ପୂଜାପାଏ ଆମ ଦେଶେ
ଜାଣିଛକି ପିଲେ ପିତା ମାତା ଗୁରୁ
ଈଶ୍ୱର ସମ ଏ ଦେଶେ !!
ଜାଣିଛକି ପିଲେ ଓଁକାର ମହତ୍ୱ
ପାଇଛି ଆମରି ଦେଶେ
ଜାଣିଛକି ପିଲେ ସର୍ବେ ଭବନ୍ତୁ
ସୁଖିନଃ ଏ ଦେଶ ଭାଷେ !!
ବେଦୋପନିଷଦ ମୁନି ଋଷି ଆମ
ସଂରଚନା କଲେ ହେଳେ
ଚରକ ଶୁଶୃତ ଆୟୁର୍ବେଦ ଶାସ୍ତ୍ର
ବିଶ୍ୱ ସଭ୍ୟତାକୁ ଦେଲେ !!
ଅଣୁ ପରମାଣୁ ମହୀୟାନ ବୋଲି
ଚିହ୍ନାଇଲା ଆମ ଦେଶ
ଶୂନର ମହତ୍ୱ ସାରା ଜଗତକୁ
ଜଣାଇଛି ଆମ ଦେଶ !!
ସଂଖ୍ୟାର ଗଣତି ବୀଜ ଗଣିତ ବି
ଅବଦାନ ଆମ ଦେଶ
ବୈଦିକ ଗଣିତ ହିସାବ କରଇ
ଯାତ୍ରା ପାଇଁ ମହାକାଶ !!
ଆମ ଦେଶ ଥିଲା ସାରା ଜଗତର
ଆଲୋକ ବର୍ତ୍ତିକା ଦିନେ
ପୂର୍ବ ପୁରୁଷଂକ ମହିମା ଆମର
ପଡ଼ୁ ନାହିଁକିରେ ମନେ !!
@୧୨୦୫୨୦୧୯ ଭୁବନେଶ୍ବର।