କବିତା – ଜଣେ ନାରୀର କାହାଣୀ
ଆସିଥିଲି ମୁହିଁ ଅନାଥାଶ୍ରମକୁ
ଜଣେ ସହୃଦୟ ବ୍ୟକ୍ତି ବଳେ
ନ ହେଲେ ଡଷ୍ଟବିନରେ ମରିଥାନ୍ତି ମୁଁ
ପୂତିଗନ୍ଧମୟ ସେ ଅଳିଆରେ
ପାଠ ମୁଁ ପଢିଲି ସାବାଳିକା ହେଲି
ଚାକିରୀ କଲି ମୁଁ ଦୂରେ
କାଷ୍ଟିଂକାଉଚ୍ ର ମୁହିଁ ଫସିଗଲି
ନାଲିସି କଲି ତ ଫାଣ୍ଡିରେ
ଅଫିସର ମୋର ଛାଡିଲେନି ପିଛା
ମିଶିଲେ ପୋଲିସ ସାଥିରେ
ସୁନ୍ଦର ରୂପ ମୋ ପାଇଁ କାଳ ହେଲା
ଦୁଷ୍କର୍ମ କଲେ ତ ଚାରିରେ
ସେଇଠୁ ଆସିଲି ମେଡିକାଲକୁ ମୁଁ
ରହିଲି ଅନେକ ଦିନ
ମିଡିଆଵାଲା ମୋତେ ଖାଉ ଖାଉ
ଦେଖିଲି ଗୋଟାଏ ସ୍ଵପ୍ନ
ରାତିରେ ଦିନେ ମୁଁ ନିଜେ ଚାଲିଆସି
ଟ୍ରେନରେ ବସିଲି ଯାଇ
କୋଉଠିକୁ ଯିବି ନିଜେ ବି ଜାଣିନି
ରାତି ଗୋଟାଏ ଗଲା ପାହି
ସକାଳୁ ଦେଖିଲେ ବୟସ୍କ ଦମ୍ପତି
ଭୟେ ବସିଅଛି ମୁହିଁ
ଦୁଃଖ କଲେ ମୋର ଇତିହାସ ଶୁଣି
ତାଙ୍କ ଘରକୁ ନେଲେ ବୁଝାଇ
ଶାଶୁ ତାଙ୍କ ଥିଲେ ଶଯ୍ୟାଶାୟୀ
ଶ୍ବଶୁର ଏକରକମ ଅଚଳ
ସେବା ତାଙ୍କର ମୁଁ ଯତନେ କରିଲି
ସେମାନେ ହେଲେ ମୋ ବଳ
ସେବା ସାଙ୍ଗେ ମୁହିଁ ଲ’ ପାଶ୍ କଲି
ଓଜେଏସ ପାଇଵାରେ ସଫଳ
ଇତିମଧ୍ୟରେ ବୁଢ଼ାବୁଢ଼ୀ ଥିଲେ ମରି
ଵାହାହୋଇ ଭାବିଲି ଲାଗିଲି କୂଳ
ସ୍ବାମୀ ରହୁଥିଲେ ଦୂର ବିଦେଶରେ
ମୁଁ ଥିଲି ଯେବେ ଗର୍ଭବତୀ
ଛୁଟିରେ ରହିଲି ସେହି ଦମ୍ପତି ଘରେ
ଥିଲା ଏକ ଅଡର୍ଲି ମୋ କତି
ଛୁଆ ସମ୍ଭାଳିବାକୁ କେହି ନ ଥିଲେ ତାଙ୍କର
ମୁଁ ତ ଥିଲି ଅନାଥ
ପିଲା ସମ୍ଭାଳିଲା ଅଡର୍ଲି ମୋହର
ସାକ୍ଷୀ ସେହି ଜଗନ୍ନାଥ
ଏଡେ ଦୁର୍ଭାଗ୍ୟରେ ଜନମି ଥିଲି ମୁଁ
ସେ ଛାଡ଼ୁ ନ ଥିଲା ମୋ ପିଛା
ଭିନ୍ନକ୍ଷମ ଥିଲା ମୋ ବାଳୁତ ଶିଶୁ
ଆଜି କାନ୍ଦୁଛି ମୁଁ ମନ ଇଚ୍ଛା
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
221 total views, 2 views today