ଜନନୀ ( ଛନ୍ଦ – ଚୋଖି )
—
✍️ ଶ୍ରୀମତୀ ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )
ଦଶ ମାସ ଦଶ ଦିନ ଗର୍ଭରେ ଦେଲା ସେ ସ୍ଥାନ
ପ୍ରସବ ବେଦନା ହସି ସହିଲା ସିଏ ।
ପ୍ରଥମ କ୍ରନ୍ଦନ ଶୁଣି ନିଜେ ଭାଗ୍ୟବତୀ ମଣି
ଜନନୀ ବେଶରେ ସିଏ ହୁଏ ସଜେଇ ।
ହାତର ପରଶେ ତାହାର
ସରଗର ସବୁ ସୁଖ ହେଲା ମୋହର ।୧।
ଚାଲିବା ଶିଖେଇ ଦେଲା କୁନି ହାତ ତୋଳି ନେଲା
ତାକୁ ଅନୁସରି ମୁହିଁ ଆଗେ ବଢ଼ିଲି ।
ତାର ନାମ ମାଆ ବୋଲି ଭାଷା ମୁଁ ଆରମ୍ଭ କଲି
ଅଧାଗଢ଼ା କଥା କହି ମନ କିଣିଲି ।
ମୋ ହସରେ ସିଏ ହୋଇଣ ଖୁସି
ଆନନ୍ଦର ବାରିଧାରା ଯାଏ ବରଷି ।୨।
ତାକୁ ପାଇ ଧନ୍ୟ ମୁହିଁ ତାର ସରି କେହି ନାହିଁ
ଦେବୀର ପ୍ରତିମା ପରା ଅଟେ ଜନନୀ ।
ତାହାରି ପୟର ପୂଜି ବଢ଼ାଏ ପାଦ ମୁଁ ଆଜି
ଭାଗ୍ୟଶାଳୀ ହୁଏ ମୋର ଭାଗ୍ୟ ତଟିନୀ ।
ସବୁ କାର୍ଯ୍ୟ ହୁଅଇ ଶୁଭ
କ୍ଷତିର ସ୍ଥାନରେ ପୁଣି ମିଳଇ ଲାଭ ।୩।
——————–******———————
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼