ଜଳାଇବା ଆମ ଜୀବନ ଦୀପ
ଶକ୍ତିଦା ବିଷୋୟୀ
ଜଳାଇବା ଆମ ଜୀବନ ପ୍ରଦୀପ
ଅହିଂସା ଇନ୍ଧନ ଦେଇ
ଜ୍ୟୋତି ପ୍ରକାଶିବ ଅମା ଦୁରେଇବ
ପ୍ରକାଶିବ ତେଜ ମହୀ।।୧
ପରଛିଦ୍ର ପର ନିନ୍ଦା ଅନିଷ୍ଠ ରେ
ମହା ପାପ ଥାଏ ଘୋଟି
ଜୀବନ ର ଦୀପ ମ୍ଳାନ ହୋଇ ଯାଏ
ନିନ୍ଦା ର ପାଉଣା ଭେଟି।।୨
ସତ୍ୟ ଶାନ୍ତି ଦୟା କ୍ଷମା କୁ ଆଚରି
ରତ ରହି କର୍ତ୍ତବ୍ୟ ରେ
ସମାଜ କଲ୍ୟାଣ ଧମନୀରେ ପଣ
ଶ୍ରେଷ୍ଠ କର୍ମ କରିବାରେ।।୩
ତନ ମନ ଧନ ସମୟ ଅରପି
ପରସେବା ଉପକାରେ
ଦେଇ ଜଳାଞ୍ଜଳି ତିଳ ତିଳ ଜଳି
ସମ୍ବେଦନଶୀଳ ତାରେ।।୪
ବଢି ଆତ୍ମ ବଳ ଜୀବନ ପ୍ରଦୀପ
ଜଳିବ ପ୍ରଖର ତେଜେ
ଉର୍ଜା ପ୍ରକାଶିବ ତେଜ ବିସ୍ତାରିବ
ସଂସାର ମଙ୍ଗଳ କାର୍ଯ୍ୟେ।।୫
ଅନ୍ତେ ଏ ଜୀବନ ଚିତା ହେଲେ ଭସ୍ମ
ଲିଭିବନି କର୍ମ ଦୀପ
କିର୍ତ୍ତୀ ଜ୍ୟୋତି ରୂପେ ଚିର ଏ ସଂସାରେ
ଳଳିବ ସଦା ପ୍ରଦୀପ
ସୋରଡ଼ା ,ଗଞ୍ଜାମ
104 total views, 1 views today