July 28, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*”ଜହ୍ନରାତି”–ଝରଣା ନାୟକ*

“ଜହ୍ନରାତି”

ରାତିକୁ ସାଥି କରି ତୁମେ,
ହସିବାଟା ସତ୍ଯ ଆଉ,
ଆସିବାଟା ନିହାତି ଧାର୍ଯ୍ୟ  ।
ହେଲେ ଅନ୍ତର ତମୁକୁ ଦେଖି
ନିର୍ବାକେ ବୁଝିଯିବାକୁ ବି
ସଂମ୍ପୂର୍ଣ୍ଣ ବାଧ୍ଯ ।

ପ୍ରେମୀକ ତୁମଠି କଳ୍ପେ
ପ୍ରେମୀକାର ସହାସ୍ୟ
ରୌପ୍ୟ ସମ୍ମୁଖ ।
ସର୍ବ ଉପମାକୁ ହାର୍ ମନାଏ
ତୁଳନା ତୁଳିର ସେ
କଳ୍ପିତ ଚନ୍ଦ୍ର ବଦନ ।

ତୁମେ ବି ତା’ର ପାକରହିତ
ରୁଟିର ସେ ଜହ୍ନ ଆଉ,
ଖାଦ୍ୟର କ୍ଷୁଦ୍ର କଣିକା ।
ଯିଏ କ୍ଷୁଧାକୁ ବୁଝେଇବାରେ
ଅସମର୍ଥ, ଅଯୋଗ୍ୟ
ଦୁଇ ଓଳି ଦୁଇ ମୁଠା ।

ତୁମେ ହିଁ ପାଲଟ ଟିଣର ଜହ୍ନ
ଅସହାୟେ ଏକାନ୍ତ
ସାଥୀ ଆଉ ପ୍ରତକ୍ଷଦର୍ଶୀ ।
ଖାଲି ତୁମକୁ ସାକ୍ଷୀ ରଖି
ଜିଇଁ ଚାଲେ ସେହି
ଲକ୍ଷ ବାସହୀନ ନରମ ଆଖି ।

ଜହ୍ନ ଗୋ ତୁମେ ହିଁ ସାଜ
ନଥିଲା ବାଲାର ସେ
ନଥିଲା ଅଧୁଲିି ।
ସେ ଲାଗି ଆଜୀବନ ଅମାବାସ୍ଯା
ମନଟା ସାଉଁଟି ଚାଲେ
ପୂର୍ଣ୍ଣିମାକୁ କରି ବିନତୀ ପ୍ରିତୀ ।

ତୁମେ ହିଁ ଖୋଲିଛ ନିରପେକ୍ଷ,
ଧୀ-ସଂପର୍ଣ୍ଣ, ଶତ ସଚ୍ଚୋଟ
ଏଇ ଯେ ଉଦାର ଅଦାଲତ  ।
ଭରିଦିଅ ଏମିତି ଅନେକ…
ଯେଝାକୁ ଯେଝା ନ୍ଯାୟ
ସତେକି ଖାଣ୍ଟି ବିଚାରକ ।

ଝରଣା ନାୟକ
ଯାଜପୁର,ଧର୍ମଶାଳା ।

 92 total views,  1 views today

Leave a Reply

Your email address will not be published. Required fields are marked *