ଜହ୍ନ ରାଇଜରେ ଜାଗାଟେ କିଣିଛି
^^^^^^^^^^^^^^^^^^^^^^^^
ଦୀପ୍ତି ଦେବଦର୍ଶିନୀ ସୁତାର
ଜହ୍ନ ରାଇଜରେ ଜାଗାଟେ କିଣିଛି
ଅନେକ ପୂଣ୍ୟର ବଳେ
ଶାନ୍ତି ସଦଭାବ ସୁଖର ସୌଭାଗ୍ୟ
ମିଳିଯିବ ନିଶ୍ଚେ ଭାଳେ ।।
ତାରାଗଣ ହେବେ ପଡ଼ୋଶୀ ଯେ ମୋର
ଖିଲିଖିଲି ହସୁଥିବେ
ଖୁସିରେ ଖୁସିକୁ ମିଳାଇ ସଦା ସେ
ଝିଲମିଲ ଦିଶୁଥିବେ ।।
ଏ ଦୁନିଆଁ ଆଜି ଦୁଃଖରେ ହସୁଛି
ସୁଖରେ ଲୁଚୁଛି କାହିଁ
ମିଛେ କହିବୁଲେ ନିଜର ନିଜର
ହିଂସା ଲୋଭ ମୋହ ପରଶ୍ରୀକାତର
ବୁଢ଼ିଆଣି ବସା ପରି
ଜାଲ ପରି ଘେରି ଗଲେଣି ସମାଜେ
ମନ ମିଳେନି କାହାରି ।।
ସ୍ୱାର୍ଥକୁ ନିଜର ଭୂଷଣ ସଜାଇ
ଗର୍ବରେ ଫୁଲାଇ ଛାତି
ମାନବିକତାର ମୂଲ୍ୟ ଭୁଲିଯାଇ
ଜଳାନ୍ତି କଠୋର ବତୀ ।।
ଅଣନିଃଶ୍ଵାସୀ ମୁଁ ହୋଇ ଭାବୁଥିଲି
ରହନ୍ତି କି କାହିଁ ଦୂରେ
ଅବା ନୀଳ ଏଇ ଆକାଶ କୋଳକୁ
ବୁଲି ଆସନ୍ତି କି ଥରେ ।।
ସପନ ହୋଇଲା ସତ ମୋର ଏବେ
ଖୁସିରେ ମନ ନାଚୁଛି
ଦୂରେଇ ଦେବାକୁ ମର୍ତ୍ତତ୍ୟ ର କଷଣ
ଜହ୍ନରେ ଜାଗା କିଣିଛି ।।
ଓରାଳି ,ହାଟଡିହୀ ,କେନ୍ଦୁଝର -758083
381 total views, 1 views today
very good
i like this very appropriate article