ଯଜ୍ଞ ବେଦିରେ ଅର୍ଘ୍ୟ ତୁହି
🙅🙅🙅🙅🙅🙅🙅
ଚାଲିଗଲ ତୁମେ ଭଲ ହେଲା
କାହିଁକି ରହିଥାନ୍ତ ଏଠି
କଣ ମିଳିଛି କାହାକୁ
ଝଡ଼ ପରେ ସବୁକିଛି ଶାନ୍ତି ।।
କଅଁଳ କୁସୁମଟେ ହୋଇ
ପ୍ରସ୍ଫୁଟିତ ହୋଇବା ଆଗରୁ
ଝିଙ୍କିନେଇ ଜାଳିଦେଲା କିଏ
କାମନାର ଅଗ୍ନି ସ୍ପୁଲିଙ୍ଗରେ ।।
ଭାଙ୍ଗିଯାଇଥିଲା ସ୍ୱପ୍ନ ତୁମ
ନିଷ୍ଠୁର ଜଠରାଗ୍ନିରେ
ଯନ୍ତ୍ରଣାର ରକ୍ତସ୍ରୋତ ପ୍ରବାହିତ
ପ୍ରତି ଧମନୀରେ
ଆବିଷ୍କାର କରିଲ ନିଜକୁ
ନିଷ୍ପ୍ରାଣ ଶରୀର ତୁମ
ଡାକ୍ତରଖାନାର ଭଙ୍ଗା ବିଛଣାରେ ।।
ଗୋପନ ରଖିବାକୁ ଚେଷ୍ଟାକରି ହାରିଥିଲ
ଯନ୍ତ୍ରଣାର ଯମୁନା ନିକଟେ
ଉଭା କିନ୍ତୁ ହୋଇଥିଲେ
ରଙ୍ଗମଞ୍ଚରେ ଛାପିବାକୁ
ତୁମ ବୟସ କୃଷ୍ଣଚୁଡାର
ରକ୍ତାଭ ଫାଟକେ ।।
ନିଷ୍ଠୁର ବର୍ବରତାର ସୀମା ଲଙ୍ଘି
ଅନ୍ୟଏକ ପ୍ରଚଣ୍ଡ ତୋଫାନ
କାଳରାତ୍ରୀର ଭୟଙ୍କର ଅନ୍ଧାର ମଧ୍ୟରେ
ରାମରାଜ୍ୟର ଆତତାୟୀମାନେ
ଜିହ୍ଵା ତୁମ କରିଲେ ଖଣ୍ଡନ ।।
ଧରିତ୍ରୀ ବି ଫାଟିଗଲା ନାହିଁ
ବର୍ଷା ବି ନଥିଲା ସେଦିନ
ନିସ୍ତେଜ ଶରୀରକୁ ତୁମ
ନିଲାମର ଯଜ୍ଞବେଦୀ ପରେ
ଦୁର୍ନୀତିର ଆହୁତି ଅର୍ଘ୍ୟରେ
ଦଗଧୀଭୂତ କରିଲେ ତୁମକୁ
ଶତ ଶଠ ସମାଜର ରକ୍ଷକ ନାଆଁରେ ।।
ତଥାପି ଚାହିଁଥିଲ ବଂଚିରହି ତୁମେ
ଲଢିବାକୁ ସଙ୍ଘର୍ଷ ତୁମର
ଯେଉଁଦେଶେ ନ୍ୟାୟ ବିକ୍ରି
ଚାଲିଛି ଶସ୍ତାରେ
କେତେଖଣ୍ଡ ଗାନ୍ଧୀ ନୋଟ
କିମ୍ବା ଭୀଷଣ ଷଡ଼ଯନ୍ତ୍ରରେ ।।
ଯେ ଦେଶେ ହାରିଛି ସୀତା
ଦ୍ରୌପଦୀ ସାଙ୍ଗରେ
ନ୍ୟାୟାଧୀଶ ବିବଶ ଯେଉଁଠି
ଗାନ୍ଧାରୀର କଳାପଟି ତଳେ ।।
ରାଣୀ ଲକ୍ଷ୍ମୀବାଈ ରୂପେ
ହୋଇବକି ଉଭା
ପ୍ରଜ୍ଜ୍ଵଳିତ କରିବକି
ପ୍ରତିଶୋଧ ଲାଭା
ଶିକ୍ଷାଇଲେ ଅସ୍ତ୍ରଧରି କରିବାକୁ ଯୁଦ୍ଧ
ଲୁଚିଯିବେ ଆପେ ଆପେ ଲମ୍ପଟ କାମୁକ ।।
ନ୍ୟାୟର ବିଚାର ପରେ କେଉଁଠି ବିଶ୍ୱାସ
ଫେରିକି ପାଇଛି କିଏ କାହାର ଇଜ୍ଜତ
ଅପେକ୍ଷାକୁ ଚାପିଦିଅ
ଉପେକ୍ଷାର ସୀମା ରେଖାତଳେ
ଜିତିବାକୁ ଚେଷ୍ଟାକର ନିଜ ଯୁଦ୍ଧ
ନିଜ ବାହୁ ବଳେ
ଅବଳା ଦୁର୍ବଳା ଶବ୍ଦ ରହୁ ଗ୍ରନ୍ଥଘରେ
ନାରୀଶକ୍ତି ପ୍ରମାଣିତ କର ସ୍ୱଚକ୍ଷୁରେ ।।
ପ୍ରଶାନ୍ତ କୁମାର ସେଠୀ,
ବାଙ୍ଗାଲୋର
ଦୁରଭାଷ: ୯୯୨୧୭୧୫୧୭୯
ଦିନାଙ୍କ: ୨୭/୧୦/୨୦୨୦