🙏କବିତା ଶୀର୍ଷକ – ଜଗନ୍ନାଥ ଭଜନ🙏
ଘେନ ମୋ ପ୍ରଣତି ଆହେ ମହାପ୍ରଭୁ!
ହେ ମୋର ପରମ ପିତା!
ତୁମେ ସତ ପ୍ରଭୁ ତୁମ ସୃଷ୍ଟି ସତ
ଏ ମାୟା ସଂସାର ପିତା |
ଜିଇଁ ଅଛି ପ୍ରଭୁ ଅଢେଇ ସଂସାରେ
ଦୀନ ଭିକାରୀ ମୁଁ ହୋଇ
ପାଉନାହିଁ ମୁଠେ ଖୁଦ ବା ପଖାଳ
ଉଦର ପୋଷଣ ପାଇଁ |
କିଏ ନାହିଁ ମୋର ଏ ସ୍ୱାର୍ଥ ସଂସାରେ
ଏକା ହେଉଛି ମୋ ଚଲା
ଦେଖୁଛି ଲୟରେ ତୁମରି ପଥକୁ
ତୁହି ପ୍ରଭୁ ଚକାଡୋଳା |
ଯାଇ ମୁଁ ପାରୁନି ଆହେ ଜଗନ୍ନାଥ!
ତୁମ ନୀଳାଚଳ ଧାମ
ବାସ ପ୍ରାଙ୍ଗଣରେ ତୁମକୁ ସ୍ମରୁଛି
ଏହି ଭିକାରୀ ଅଧମ |
ତୋରିଦିଅ ମୋତେ ଏ ଭବ ସଂସାରୁ
ଆହେ ନାଥ ଲୋକନାଥ!
ନେଇଯାଅ ପ୍ରଭୁ ମୋ ପ୍ରାଣ ପକ୍ଷୀକୁ
ହେ ନାଥ ଶ୍ରୀ ଜଗନ୍ନାଥ! ||
********************
Ch ଲୋକନାଥ ରେଡ଼ି
ବ୍ରହ୍ମପୁର, ଗଞ୍ଜାମ, ଓଡିଶା
761009
7606858260