ଧନର ଦେବୀ ତୁ ମାଆ ମହାଲକ୍ଷ୍ମୀ
ଘରେ ଘରେ ପୂଜା ତୋର
ପିତା ଅଟନ୍ତି ତୋ ପରା ମହୋଦଧି
କୁବେର ପାଶେ ଭଣ୍ଡାର
ସକାଳ ସନ୍ଧ୍ୟାରେ ପୂଜିବେ ମହିଳା
ମହାଲକ୍ଷ୍ମୀ ପା ଵୋଲାଏ
ମନରେ ତ ଥାଏ ସକାରାତ୍ମକ ଚିନ୍ତା
ଶୁଦ୍ଧ ପୂତ ହୋଇଥାଏ
ତୋର ଶୃଙ୍ଗାର କରିବେ ମହିଳା
ପ୍ରିୟ ପରା ଅଟେ ତୋର
ଶୁଭ୍ର ଶୁକ୍ଳ ସ୍ଵଛ ପସନ୍ଦ କରୁ ପା
ଜାତି ବାଛୁ ନାହିଁ କା’ର
ମାର୍ଗଶୀରେ ଝୋଟିଚିତାରେ ସଜାଇ
ତୋ ପାଦ ପୂଜଇ ଯିଏ
ତୋ ମନ ତାଠାରେ ଶ୍ରଦ୍ଧାରେ ବସି
ତାର କି ଅଭାବ ରହେ
ଜଗତଜନନୀ ଲକ୍ଷ୍ମୀ ସାଆନ୍ତାଣୀ
ଷାଠିଏ ପୋଉଟି ରାନ୍ଧୁ
ଯେତେ ଲୋକ ଖାଏ ସରେନି ସେହି
କୋଟି କୈବଲ୍ୟ ଇନ୍ଦୁ
ରଥଯାତ୍ରା ବେଳେ ଛାଡିଯାନ୍ତି ବୋଲି
ତୁ କ’ଣ ସତରେ ରାଗୁ
ଛପନ ଭୋଗ ଖୁସିରେ ତୁ ରାନ୍ଧି
ତା ଭକ୍ତକୁ ବି ତୁ ପରଶୁ
ସ୍ବଛ ଘରଦ୍ୱାର ଅଧିକ ତୋ ପସନ୍ଦ
ଗଲୁ ଶ୍ରୀୟା ଚଣ୍ଡାଳୁଣୀ ପାଖେ
କାଳିଆ ଭଳିଆ ଭୋଗିଥିଲେ ଦୁଃଖ
ଏଠୁ ସାଧାରଣ ଜନ ଶିଖେ
ଘଣ୍ଟ ଘୋଡ଼ାଇ ତୁ ରଖିଥା ଭକ୍ତକୁ
ପାଇଥାଉ ଖାଦ୍ୟ ବସ୍ତ୍ର
ରୋଗ ଦୁଃଖ ଯାଉ ଏ ଧରାଧାମରୁ
ସତ, ହେଉ ଶେଷ ଅସ୍ତ୍ର
ଜୟ ମାଆ ମହାଲକ୍ଷ୍ମୀ
ଶୁଭ ସକାଳ
କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର