ଯଦି କେବେ ଆସ ତୁମେ
ଯଦି କେବେ ଆସ ତୁମେ
ଅଫେରା ପାଲିଙ୍କିରେ
କିମ୍ବା ଯଦି ଆସ ତୁମେ
ମୋ ଅପେକ୍ଷାର ଶେଷରେ
ଯଦି କେବେ ତୁମେ ଆସ
ପକ୍ଷୀରାଜ ଘୋଡାରେ
ମୁଁ ଭୁଲିଯିବି ମୋର ଅତୀତ ତଥା ଭବିଷ୍ୟତ କୁ
ସମର୍ପି ଦେବୀ ମୋ ବର୍ତ୍ତମାନ
ତୁମ ଆଞ୍ଜୁଳାରେ ।।
ଯଦି କେବେ ତୁମେ ଆସ
ଅଶୋକ ର ଗୋଟିଏ ଭପାଖୁଡା ନେଇ
ଯଦି କେବେ ଆସ
ଜହ୍ନ ଠାରୁ ଜ୍ୟୋତ୍ସ୍ନା ଟିକିଏ ନେଇ
ଯଦିକେବେ ଆସ ଶିଶିର ଟୋପାଏ ନେଇ
ତଥାପି ସମର୍ପି ଦେବୀ ନିଜକୁ
ତୁମ ସାରା ଜୀବନ ରେ।
*ସୁଶ୍ରୀ କବିତା ତିଆଡି*
*ସହ ସମ୍ପାଦିକା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
ମର୍ମସ୍ପର୍ଶୀ କବିତା ଟିଏ କବିତା ଦିଦିଙ୍କର