# ନିଦାଘ ସଙ୍ଗୀତ
**************
ଋତୁ ପରେ ଋତୁ ଧରାକୁ ଆସୁଛି
ଧରି କେତେ ନୂଆ ବେଶ,
ଏହି ଋତୁ ଚକ୍ରେ ଆସଇ ନିଦାଘ
ବସନ୍ତ ହୋଇଲେ ଶେଷ।
ବସନ୍ତ ଋତୁର ମଳୟ ପବନ
କୋଇଲିର କୁହୁ ତାନ,
ଆମନ୍ତ୍ରଣ କରେ ଧରଣୀ ବକ୍ଷରେ
ନିଦାଘର ଆଗମନ।
ଆସିଲେ ନିଦାଘ ଧରଣୀ ରାଣୀର
ସବୁଜିମା ନିଏ ଲୁଟି,
ଗ୍ରୀଷ୍ମ ପ୍ରବାହରେ ସାରା ଜଗତରେ
ହାହାକାର ଯାଏ ଘଟି।
ନଈ ନାଳ କୂଅ ଗଡ଼ିଆ ପୋଖରୀ
ପାଣି ସବୁ ଯାଏ ଶୁଖି,
ଟୋପେ ପାଣି ପାଇଁ ଡହଳ ବିକଳ
ହେଉଥାନ୍ତି ପଶୁ ପକ୍ଷୀ।
ତଥାପି ଗ୍ରୀଷମ ନିରାଶ କରେନା
ଆଶାର ସଂଚାର କରେ,
ନିଦାଘ ନଥିଲେ ବର୍ଷା ଋତୁ କିବା
ଆସିଥାନ୍ତା ଧରଣୀରେ?
✍️ ଶ୍ରୀ ରମାକାନ୍ତ ମାହାଳି,
ଭୁବନେଶ୍ୱର ଜିଲ୍ଲା-ଖୋର୍ଦ୍ଧା
(Ramakanta Mahali)
Awesome article post.Much thanks again. Really Great.
Thanks so much for the blog post.Much thanks again. Really Cool.
Really appreciate you sharing this blog post. Cool.
Thanks so much for the blog article. Really Cool.
Really appreciate you sharing this blog.Really thank you! Great.
magnificent points altogether, you simply gained a new reader. What would you suggest about your post that you made some days ago? Any positive?
Thanks for the blog.Much thanks again. Fantastic.
Im grateful for the post. Will read on…
Hey, thanks for the article post.Thanks Again. Fantastic.
I enjoy looking through a post that can make people think. Also, thank you for allowing for me to comment.
Hey! I really enjoyed reading your blog. I’ll return to read again sometime.