ଜୀବନ ଯୁଦ୍ଧ
ଜୀବନର ଅନ୍ଯ ନାମ ସଙ୍ଘର୍ଷ !
ଯେବେ ଚାଲିବାକୁ ଅଛି
ତେବେ ତ ଝୁଣ୍ଟିବାକୁ ହେବ ଅବଶ୍ଯ !
କେବେ ଭାଗ୍ୟ ହାତରେ
ଦିଅନା ଅସ୍ତ୍ର ,
ଜୀବନ ଯୁଦ୍ଧରେ କେବେ
ହୁଅନା ନିଅସ୍ତ୍ର ।
ସଶସ୍ତ୍ର କରାଳର
ହାତେ ଏଠି ଅସ୍ତ୍ର
ଲଢିଲେ ହେବ ସିନା
ବାଟ ପ୍ରଶସ୍ଥ ।
ହାରିବା ଜିତିବାର
ମାନେ କିଛି ନାହି
ବଡ ଏକା ସେହି
ତା କର୍ମର ମାନ ଦଣ୍ଡ ପାଇଁ ।
କେବେ ମାରିବା ଲୋକ ବଡ !
କେବେ ମରିବା ଲୋକ ହୁଏ ବଡ
ଦୁହିଁଙ୍କର କର୍ମ କାଣ୍ଡ
ସବୁ ଅଜ୍ଞାନକୁ କରିଦିଏ
ଖଣ୍ଡ ଖଣ୍ଡ ।
ଧନବଳ ଜନ ବଳ
ନଥିଲେ ନାହିଁ
ମନ ବଳ ଟାଣ କର,
ଧର ତୁମ ସଙ୍ଘର୍ଷର ଅସ୍ତ୍ର
କର୍ତ୍ତବ୍ଯ ପଥରେ ହୁଅ ଅଗ୍ରସର ।
ଯେବେ ବଢିବାକୁ ଅଛି ଗୋଲାପ
ତେବେ କଣ୍ଟାକୁ ତ
କରିବାକୁ ହେବ ମିତ୍ର !
ଏବେ ଯୁଦ୍ଧ କର ତୁମେ
ଯୁଦ୍ଧ କର ।
ଭାଗ୍ଯ ହାତରେ କେବେ
ଦିଅନା ଅସ୍ତ୍ର ।
ଜ୍ଯୋତ୍ସ୍ନାରାଣୀ ଜେନା
ବାଲେଶ୍ବର