ଈଶ୍ୱରଙ୍କୁ ପ୍ରଶ୍ନ
__________________________
ଦିଅ ପ୍ରଭୁ ଆଜି ମୋ ପ୍ରଶ୍ନ ଉତ୍ତର
ଯା’ ମନେ ମୋ ଅଙ୍କୁରିତ
କାହା ରଙ୍ଗ କଳା କାହିଁ କେହି ଗୋରା
ଭେଦ କୁହ ଦୀନ ନାଥ ll
ଭରିଛ କା ହୃଦେ ପବିତ୍ରତାମୃତ
କା ହୃଦେ ପାପର ବିଷ
କେ କରେ ନିର୍ମାଣ କେ କରଇ ଧ୍ବଂସ
କୁହ ମୋତେ ଏ ରହସ୍ୟ ll
ଶୁଣିଛି ମୁଁ ତୁମ୍ଭ ଆଦେଶରେ ହୁଏ
ଯାହା ଘଟେ ପୃଥିବୀରେ
କୁହ ତେବେ କାହିଁ କଲ ଜାତିଭେଦ
ଉଚ୍ଚ ନୀଚ ସଂସାର ରେ ll
ପ୍ରଭୁ ତୁମ୍ଭ ପାଦେ,ସିଦ୍ଧି ଆଶେ ବୁଧେ
ଦ୍ୟନ୍ତି କୋଟି ଜୀବ ବଳୀ
କରକି ଭକ୍ଷଣ ହୋଇ ତୋଷମନ
ଆଶୀର୍ବାଦ ଦିଅ ଢାଳି ll
କେ ଜ୍ଞାନୀ କେ ମାନୀ କେ ଦାନୀ କେ ଧନୀ
ପୁଣି କେହି ବିପରୀତ
କା ଆୟୁଷ ବାର କାର ଶତ, ବାର
କାହିଁକି କୁହ ତ୍ୱରିତ ll
____________________________
ନିର୍ମଳ ବାରିକ, କେନ୍ଦୁଝର
Nirmala Barik