ଇଛାମାନଙ୍କ ମୃତ୍ୟୁ ରେ
ମହେନ୍ଦ୍ର ନନ୍ଦ
କୁଢ କୁଢ ଇଛା ମରି ଭାସୁଛନ୍ତି
ଗଂଗା ଗୋଦାବରୀ ଜଳେ
ମେଂଚା ମେଂଚା ଦୁଃଖ ଲୁଚି ଯାଉଛନ୍ତି
ବିନ୍ଧ୍ଯ ହିମାଂଚଳ ଚୁଳେ
ଦୁଇ କୂଳ ହିତ ପାଇଁ
ଦ୍ବିଧାରେ ଦୁହିତା ସଂଜବତୀ ଜାଳି
ବଂଚିଛି ବିଶ୍ବାସ ପିଇ
ଜିଇଛି ଗୋଟାଏ ଜିଅନ୍ତା ମଣିଷ ହୋଇ
ଜୀବନକୁ ଭଲ ପାଇ ାା
ସମର୍ପଣ ର ଅଙ୍କା ବଙ୍କା ରାସ୍ତା
ଲୁମ୍ବୀନି ରୁ ତକ୍ଷଶିଳା
ବ୍ଯଥା ବେଦନାର ଖସଡା ରାସ୍ତାରେ
ନିଷିଦ୍ଧ ପାହାଡ ଚଢା
ନା ଅଛି କେବେ ଥକି ପଡିବାର କ୍ଳାନ୍ତି
ଗ୍ରହ କୁଣ୍ତଳିରେ
ଲେଖେଇ ଆଣିଛି ମେଳକ ପକେଇ
ସତ ଠୁଁ ନିଜକୁ ଦୁରେଇ ରଖିବା
କରିକି ଅମଦା ଚୁକ୍ତି ାା
ତ୍ଯାଗର ଲଙ୍କାରୁ ଭୋଗର ଅଯୋଦ୍ଧ୍ୟା
ସଂଙ୍କୋଚର ବୁଢିଆଣୀ
କୁହୁଳା ନିଆଁରେ ସନ୍ଦେହ ଜାଳୁଛି
ଅଂବାଛିତ ପ୍ରଶ୍ନ ଘେନି
ଗୁଡେଇ ତୁଡେଇ ପଚାରୁଛି ମ୍ବାର ମ୍ବାର
ପାତ୍ର ମନ୍ତ୍ରୀ ସଭାସଦ୍
ଜିଭ ଲେଉଟୁଛି ପାଟି ଖୋଲୁ ନାହିଁ
ଦେଖିବାରେ ସବୁ ବ୍ଯସ୍ତ
ସିଦ୍ଧାନ୍ତ ଲେଖୁଛି ଫଳ
ନିଜ ହାତେ ନିଜେ କରିବାକୁ ହବ
ର୍ନିର୍ଦ୍ଧାରିତ ନିଜ ମୂଲ୍ଯ ।।