ହୃଦୟର ଗୀତି
°°°°°°°°°°°°°°°°
ହୃଦୟର କଥା ଦିଏ ମନେ ବ୍ୟଥା,
କହିଦେଲେ ଖୋଲି ନଇଁଯାଏ ମଥା।।
ଲିଭିନି ଏ ଯାଏଁ ସେ ଅଭୁଲା ସ୍ମୃତି,
ଆଜିବି ହୃଦରେ ରଖିଛି ସାଇତି।।
ହୃଦୟ ଭିତରେ ଯନ୍ତ୍ରଣାର ଧ୍ବନି,
ଦେଇଥାଏ ସତେ କେତେ ଚେତାବନୀ।।
ଯନ୍ତ୍ରଣା ଦେଇଯାଏ କେତେ ଯେ ଶିକ୍ଷା,
ସମୟ ସ୍ରୋତେ ମୁଁ ନିଏ ନୂଆ ଦିକ୍ଷା।।
ହୃଦୟର ଗୀତି ଗାଏ ମୁଁ ଯେ ନିତି,
ଓଠେ ହସ ଧରି ଦିନ ହୁଏ ରାତି।।
ଆଖି ଲୁହ ମୋତେ ବୁଝାଇ ପାରେନା
ସାନ୍ତ୍ବନା କିଛି ବି ଭୁଲାଇ ପାରେନା।।
ହୃଦୟ ଶୁଣାଏ ପ୍ରତି ଟି ତା’ ଗୀତି,
ବୁଝ ଥରୁଟେ ତା’ ଅକୁହା ଭାରତୀ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ