ହୃଦୟ

ଶ୍ରୀମତୀ ସଞ୍ଜିତା ପ୍ରଧାନ

ବୁଝିବା ଜଟିଳ ବନ୍ଧୁ ହୃଦୟର ପରିଭାଷା
ଯେତେ ବୁଝିଲେ ବି ମନେ ରହେ ଖାଲି ଅଭିଳାଷା ।

ଜୀବନର ରଙ୍ଗମଞ୍ଚେ ମୁଖ୍ୟ ନାୟକ ସିଏ
ତା’ର ଅଭିନୟେ ପ୍ରାଣୀ ନିଜକୁ ହଜେଇଦିଏ ।

କାନ୍ଦୁଥାଏ ଯେବେ ସିଏ ଦୁଃଖ ଆଉ ପରିତାପେ
ନାୟନ ଯୁଗଳୁ ଲୁହ ଝରିଯାଏ ଆପେ ଆପେ ।

ଆନନ୍ଦରେ ହସେ ଯେବେ ଆନନ୍ଦିତ ଭାବନେଇ
ଓଠ ଧାରେ ହସ ଖେଳେ ବିଷାଦ ଯାଏ ଦୂରେଇ ।

ରାଗରୁଷା ସ୍ନେହ ପ୍ରେମ ପୁଣି ମାନ ଅଭିମାନ
ସବୁ ଭାବରେ ସଜ୍ଜିତ ଏଇ ହୃଦୟ କାନନ ।

ପ୍ରଭୁ ନାମ ଗାଇଗାଇ ଭକତିରେ ବୁଡ଼ିଯାଏ
ପ୍ରଭୁମୟ ସଂସାର ପ୍ରାଣୀକୁ ପ୍ରତୀତ ହୁଏ ।

ଭିଜିଯାଏ କେବେ ସିଏ ପ୍ରେମର ସାତୋଟି ରଙ୍ଗେ
ମାଦକତା ଭରିଯାଏ ପ୍ରାଣୀର ପ୍ରତିଟି ଅଙ୍ଗେ ।

ଜଳିଥାଏ କେବେ ସିଏ ପ୍ରତାରଣା ଜୁଇ ସାଥେ
ଏକା ଏକା ଚାଲିଥାଏ ଦୁଃଖଭରା ଏକ ପଥେ ।

ହୃଦୟ ବି ହୃଦୟକୁ ବୁଝିବାରେ ଅସମର୍ଥ
ଜୀବନ ଅଭିଧାନେ ଏହାର ଜଟିଳ ଅର୍ଥ ।

ଶାନ୍ତ ମୟ ହୃଦୟରେ କୋମଳ ମନପକ୍ଷୀ
ସଭିଙ୍କ ଦୃଦୟ ଜିଣି ହୋଇଯାଏ ସଭିଙ୍କ ସଖି ।

ସଦା ବେଳେ ହୃଦୟକୁ ଶାନ୍ତ ଆମେ ରଖିବା
କ୍ରୋଧ ଅହଂକାର ଠୁ ଦୂରେଇ ଆମେ ରହିବା ।

ପବିତ୍ର ହୃଦୟ ନେଇ ସୁକର୍ମ କରିବା ସଦା
କାହାରି ଜୀବନକୁ କେବେ କରିବାନି ସଉଦା।

ଲେଫ୍ରିପଡ଼ା, ସୁନ୍ଦରଗଡ଼

 6 total views,  1 views today

Leave a Reply

Your email address will not be published. Required fields are marked *