ହେ ଜୀବନ
ହେ ଜୀବନ…., ଆଉ କେତେଦିନ !!!
କୃଷ୍ଣଚୁଡ଼ାର ପ୍ରତିଟି
ପାଖୁଡ଼ାରେ ସନମୋହନ
ଗୋଲାପ, ହେନାର ଭୁରୁଭୁରୁ
ବାସ୍ନାରେ ତଲ୍ଲୀନ,
ସବୁଯେ ଅଳୀକ,
ନବ ପଲ୍ଲବୀତ ପଲ୍ଲଵ
ପରି କଅଁଳ ଛନଛନ 🌲
ହେ ଜୀବନ….. ଆଉ କେତେଦିନ !!!
ଉନନାଭି ସୂତାରେ
ଛନ୍ଦାଛନ୍ଦି ଅଡୁଆ ସପନ,
କୁଳୁକୁଳୁ ଗୀତଗାଇ ଝରୁଥିବା
ଶୈଳନନ୍ଦିନୀର ଅବୁଝା ଗୁଞ୍ଜନ,
ସବୁଯେ ଅବୋଧ,
ଅୟୁତ ଯୁଗରୁ ଆପେ ହେଉଥିବା
ପ୍ରକୃତି ର ମହାର୍ଘ୍ୟ ବିଧାନ. 🌲
ହେ ଜୀବନ…. ଆଉ କେତେଦିନ !!!
ଶେଷ ପାହାଚରେ ନିରୀକ୍ଷଣ କର
ନୀଡ଼ ଫେରା ପକ୍ଷୀର କୁଜନ,
ପ୍ରାଚୀନଭେ ସୁନାକାର ବିଛୁରିତ
ପ୍ରତିଚୀ ଗଗନେ ଲୋହିତ ବର୍ଣ୍ଣ
ସଞ୍ଚରି ଢଳଇ ତପନ,
ସବୁତ ଅସାର,
ଯେବେ ନାହିଁ ପୁନଃ ପୁନଃ
ହୃଦାଭ୍ୟାସ ନାମ ଜନାର୍ଦ୍ଦନ.
ଶ୍ରୀମତୀ କୃଷ୍ଣା ଦାସ
ପୁରୀ
22 total views, 2 views today