ହେ ଈଶ୍ବର
ଏ ଧରା ଅଟେ କି ସୁନ୍ଦର
ତାହାକୁ ରଚିଲେ ଈଶ୍ବର।
ପାଦପେ ସବୁଜିମା ଚିର
ଫୁଲରେ ରଂଗର ଭଣ୍ଡାର।
ସୁଗନ୍ଧ ଦେଲ ନାନାଜାତି
ବାସ ଛୁଟାନ୍ତି ଦିନରାତି।
ପବନ ମନ୍ଦ ମନ୍ଦ ବହେ
ସୁରୁଜ ଆଲୋକ ଦେଖାଏ।
ଶୀତଳ କିରଣ ଚାନ୍ଦର
ତାରା ଚମକେ ନଭ ପର।
ନଦୀ ଯେ କୁଳୁକୁଳୁ ବହେ
ଝରଣା ସତେ ଗୀତ ଗାଏ।
ପଶୁ ପକ୍ଷୀଏ ଆତଯାତ
ପ୍ରଭୁଙ୍କ ଦାନ ଅପ୍ରମିତ।
ନାନା ସ୍ବରରେ କଣ୍ଠ ଭରା
ସତେ କି ଅମୀୟର ଧାରା।
ଦେଇଛ ଦୟା କ୍ଷମା ଗୁଣ
ମନୁଷ୍ଯ ଦେହେ ନାରାୟଣ।
ତୁମର ସର୍ଜନା ସୁନ୍ଦର
ପ୍ରଣତି ତୁମ୍ଭର ପୟର।
ପାଳୁଛ ପିତାମାତା ପ୍ରାୟ
ତୁମରି ପାଦେ ରହୁ ଲୟ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର
48 total views, 3 views today