March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

SWARNAPRAVA KHATUA

SWARNAPRAVA KHATUA
Regional Director of SLF
JAJPUR Zone,Odisha

ସ୍ୱର୍ଣ୍ଣପ୍ରଭା ଖଟୁଆ
ବାପାଙ୍କ ନାମ-ଯୁଗଳ ଚରଣ ଖଟୁଆ
ମାଙ୍କ ନାମ -ସତ୍ୟଭାମା ଖଟୁଆ

କୁନିକୁନିପାଦ,ଅସରନ୍ତି ପଥ, ଆଉ ଏକ ନିର୍ବିବୋଧ ଯାତ୍ରାର ଅନ୍ୟନାମ ବାଣିକନ୍ୟା ସୁଶ୍ରୀ ସ୍ଵର୍ଣପ୍ରଭା ଖଟୁଆ।ପରମ୍ପରା ଓ ଇତିହାସ ଅନ୍ଧାର ଭିତରୁ ସମକାଳ ଆଲୋକ ଯାଏଁ ସବୁଠି ପରିବ୍ୟାପ୍ତ ତାଙ୍କର ଚେତନା।ଗଭୀର ମନନ ଜୀବନରୋଧରେ ତାଙ୍କ ସୃଜନ ଦୃଷ୍ଟି ଯେତିକି ଶୀତଳ,ସେତେ ସାମ୍ପ୍ରତିକ ଯନ୍ତ୍ରଣା ରେ ଶାଣିତ।କବିତା ର କୋମଳ ଗାନ୍ଧାର ହେଉ କି ଜୀଵନ ଯନ୍ତ୍ରଣା ର ଅଶ୍ରୁଳ ଗଦ୍ୟ ହେଉ,ସବୁଠି ସଂଚରିତ ତାଙ୍କ କଲମ।ସୃଷ୍ଟି ପାଇଁ ଉନ୍ମୁଖ ,ସଦା ଅଭିପ୍ରେରିତ ଜଣେ ନିରଳସ ଶ୍ରଷ୍ଟା ଭାବେ ତାଙ୍କ ବାଟ ଚଲା ସରିନାହିଁ।

ଓଡ଼ିଆ ଭାଷା ସାହିତ୍ୟର ଜଣେ ଆଦର୍ଶ ଛାତ୍ରୀ ହୋଇ ଖୁବ କମ ସମୟ ମଧ୍ୟରେ ଲେଖନୀ ଚାଳନା କରି ନିଜର ଅନୁଭୂତି ଓ ମନୋଭାବ କୁ କବିତା ରେ ପରିପ୍ରକାଶ କରିବା ଖୁବ କମ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳେ। ସେ ଜଣେ ଅନୁଷ୍ଠାନ ପ୍ରେମୀ ହୋଇଥିବା ରୁ କିଛି ସଭାସମିତିରେ ତାଙ୍କ ଉପସ୍ଥିତି ସଭାକୁ ସାଫଲ୍ୟ ମଣ୍ଡିତ କରିଛି। ହଠାତ କିଛି ଘଟଣା କୁ ନେଇ କବିତା ଲେଖିବା ଓ ଆବୃତ୍ତି କରିବା ତାଙ୍କର ଏକ ସଉକ,ଯାହା ଈଶ୍ୱର ପ୍ରଦତ୍ତ ବୋଲି ମନେ ହୁଏ।


ବହୁ ଘାତ ପ୍ରତିଘାତ ରୂପକ ଅଙ୍କାବଙ୍କା ଜୀଵନ ରାସ୍ତା ରେ ପ୍ରତ୍ୟେକ ମଣିଷ ଗତିକରିବା ସମୟରେ ଅନେକ ଅନୁଭୂତି ହାସଲ କରନ୍ତି। କିନ୍ତୁ ସୁଶ୍ରୀ ସ୍ଵର୍ଣପ୍ରଭା ଖଟୁଆ ନିଜର ଅନୁଭୂତି, ସମାଜର ବାସ୍ତବ ପ୍ରତିଛବି ତଥା ପରିବାର ମଧ୍ୟରେ ଥିବା ସ୍ନେହ-ପ୍ରେମ-ଭକ୍ତି ଓ ଉତ୍ସର୍ଗୀକୃତ ଭାବନା ଆଦିକୁ ନିଜ କବିତା ରେ ସ୍ଥାନ ଦେଇ ସମାଜରେ ଲୋକମାନଙ୍କର ଚେତନା ଜାଗ୍ରତ କରାଇବା କୁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ମର୍ମଭେଦୀ।

 

କବିତା ଓ ଗଳ୍ପ ଲେଖିବା ତାଙ୍କର ଏକ ସ୍ୱତ୍ତସ୍ପ୍ରୁତ ପ୍ରବ୍ରୁତ୍ତି । କବିତା ଲେଖିବାର ପ୍ରେରକ ଭାବରେ ସେ ତାଙ୍କର ଗୁରୁ ଓ ପ୍ରିୟ ପାଠକମାନଙ୍କୁ ହିଁ ଶ୍ରେୟ ଦିଅନ୍ତି।

ସମ୍ମାନ ସ୍ୱୀକୃତି
—-💐💐💐💐——–

୧-ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟ ଉପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି(୨୦୧୬) ।

୨-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ,ତକତପୁର ,ବାରିପଦାରୁ କଳାଭୂଷଣ ଉପାଧିପ୍ରାପ୍ତ(୨୦୧୭) ।

୩-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ,ଦ୍ୱିତୀୟ ପରିସର ,କେନ୍ଦୁଝରରୁ ,ପ୍ରାକ୍ ଗବେଷଣା ଉପାଧିପ୍ରାପ୍ତ(୨୦୨୦)

୪-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ,ଦ୍ୱିତୀୟ ପରିସର ,କେନ୍ଦୁଝରରେ ଏବେ କଳାବିଭୂଷଣ ଉପାଧି ପାଇଁ ଅଧୟନରତ ା

୫ -ସୂର୍ଯ୍ୟୋଦୟ ବାଣୀକନ୍ୟା ୨୦୧୯

୬-.ମାଟିର ମଣିଷ ୨୦୧୯

 

୭-.ବାଣୀପ୍ରଭା ଯୁବଜ୍ୟୋତି ସମ୍ମାନ ୨୦୨୦

ଚାଲନ୍ତୁ ତାଙ୍କ ରଚିତ କିଛି କବିତା ପଢିବା

💓ଭାଗ୍ୟ ସିଲଟ💓

ଭାତ ହାଣ୍ଡିର
ଭାତ ପରି
ଡ୍ୟାନ୍ସ କରୁଛି ଆମ ମନ ଜୀବନ ଓ ଯୌବନ
କେତେବେଳେ ଦୁଃଖର ପେଣ୍ଡାଲରେତ
କେତେବେଳେ ସୁଖ ଓ ସୌଭାଗ୍ୟରେ //

ମନୁମଉସା ବିଲର ଧାନ କେଣ୍ଡାରେ
ନିଜର ଭାଗ୍ୟ ଖୋଜିବୁଲେତ
ରାଧିମାଉସୀର ଭାଗ୍ୟ ଲୁଟିଯାଏ
ସନା ଡ୍ରାଇଭରର ଟ୍ରକ ଚକାତଳେ //

ଓଠର ହସକୁ ମନର ମହୁ
ସଜାଇ ଚାଲିଥିଲା ଛବି
କେତେ କାଳ କେତେ ଦିନ ପାଇଁ
ରଫନୋଟରେ ଗୋଲାପ ଗେଞ୍ଜିଥିଲା
କେଉଁଗୋଟେ ରସିକ ନାଗର
ମୁୁଁ ତୁମକୁ ଭଲପାଏ
ଆଇ ଲଭ୍ ୟୁର ଲଭ୍ ଲେଟର //

କଅଁଳା ତିନିବର୍ଷିୟା ରାହୁଲ
ମାର ପଣତକାନି ଧରି
କେତେଯେ ଡହଳ ବିକଳ
ମୁନ୍ଦେ ଅମ୍ରୁତର ସନ୍ଧାନରେ
ଜିନ୍ ପିନ୍ଧା ମାର
ଆଧୁନିକତାରେ
ଭାଗ୍ୟର ଆର୍ତ୍ତଚିତ୍କାର …..

୨-

😘ନିର୍ଭିକ ଜୀବନ😘

କଅଁଳା ବାଛୁରୀ ପରି ନୀରବତା
ଖୁବ୍ ଜୋରରେ ଦୌଡିପାରେ ବାଡି ବଗିଚାରେ
ଅନେକ ସ୍ଥାନରେ ଅଟିଯାଏ
କିଛି ଖଡ୍ ଧଡ୍ ଶବ୍ଦ //

ମନରେ ଅହେତୁକ ଭୟ
ଗଛରୁ ପତ୍ର ଝଡିଲେବି
ଛାତିରେ ଛନକା ପସେ
ପାଖରେ ବସିଥିବା ମା
ଟାଣିନେଇ ବେକରେ
ଛେପଟିକେ ଛିଞ୍ଚିଦେଇ ଭାବିନିଏ
ସବୁ ଭୟ ଭ୍ରାନ୍ତୀ
ଉତୁରି ଗଲା ଜନ୍ମ ଜନ୍ମର //

ଯେଉଁଠି ପାଦ ପକାଇ
ଆରପାଦର ଅପେକ୍ଷା
ଲୁହଲହୁରେ ଜୁଡବୁଡ
ପୋଷାକକୁ ପସନ୍ଦ କରି
ଶରୀରକୁ କାବୁ କରିବାର
କଳା ବିକ୍ରୀ ହୁଏ
ସେଠି ପୁଣି ସୁରକ୍ଷା
ଖବର କାଗଜର
ଖବର ହୋଇ ରହିବା
କେଉଁ ଅସମ୍ଭବ କଥା ଯେ //

ଏଠି କଥା ମୋଟା
ସ୍ୱପ୍ନ ସସ୍ଥା
ଆଇନ କାନୁନ
ଭାରି ମିଠା…….

ଯୁବପ୍ରତିଭା ସୁଶ୍ରୀ ସ୍ଵର୍ଣପ୍ରଭା ଖଟୁଆ ଙ୍କ ସାରସ୍ୱତ ନିବାସ ର ଠିକଣା
—💐💐–💐💐–💐💐–💐💐–💐💐–💐💐–💐💐–💐💐
ଗ୍ରାମ -ସାହାସପୁର (ତୁରଙ୍ଗ)
ପୋଷ୍ଟ -ବାଟିଯୋଡା
ଥାନା-ଜେନାପୁର
ଜିଲ୍ଲା-ଯାଜପୁର
ରାଜ୍ୟ -ଓଡିଶା

 491 total views,  1 views today