Sobhagini Nanda
Advisor of Suryodaya Literary Foundation (SLF.)
Koraput-Zone
ନାମ- ଶ୍ରୀମତୀ ଶୋଭାଗିନୀ ନନ୍ଦ
ପିତାଙ୍କ ନାମ- ଶ୍ରୀଯୁକ୍ତ ରତ୍ନାକର ନନ୍ଦ
ମାତାଙ୍କ ନାମ- ଶ୍ରୀମତୀ ସରୋଜିନୀନନ୍ଦ
ସ୍ୱାମୀ ଙ୍କ ନାମ- ଶ୍ରୀଯୁକ୍ତ ହରିବୋଲ ଛତର
ମହୀସ୍ପର୍ଶ ତାରିଖ- ୦୭.୦୭.୧୯୭୪
ଶିକ୍ଷାଗତ ଯୋଗ୍ୟତା-M.A.{ଓଡିଆ}B.ED., D.EL.ED.TTC.Counselling
ବୃତ୍ତି – ଶିକ୍ଷୟିତ୍ରୀ
ପ୍ରବୃତ୍ତି – ଗଳ୍ପ,କବିତା ଓ ପ୍ରବନ୍ଧ ଲେଖିବା ।
ସୃଜନୀ ସମ୍ଭାର (ନିଜସ୍ଵ ପ୍ରକାଶିତ ପୁସ୍ତକର ନାମ ) -‘
କ)ନିବିଡ ବନ୍ଧନ(ଗଳ୍ପ ସଂକଳନ)
ଖ) କବିତା ଝଙ୍କାର (କବିତା ସଙ୍କଳନ)
ସମ୍ମାନୀତ ଏବଂ ସମ୍ବର୍ଦ୍ଧିତ‐‐‐‐
୧-ପଲ୍ଲୀ ଭାରତ ସାରସ୍ବତ ସାଂସ୍କ୍ରତିକ ପରିଷଦ, ଅଡଶପୁର କଟକ
୨- କାବ୍ୟକବିତା ପାଇଁ ସେ ରାଜ୍ୟ ସାରସ୍ବତ ସମ୍ମାନସହ”ପଲ୍ଲୀଜ୍ଯୋତି” ସମ୍ମାନରେ ବିଭୁଷିତ
୩-ଗୋପିନାଥ ସେବାସଦନ ଅନୁଷ୍ଠାନ ଖୋର୍ଦ୍ଧା , ସାରସ୍ବତ ସମ୍ମାନସହ
୪-“କୁନ୍ତଳାକୁମାରୀ ସାବତ”
ସମ୍ମାନରେ ବିଭୁଷିତ ା
୫-ଆନ୍ତର୍ଜାତୀକ କବିତାର ସମ୍ବର୍ଦ୍ଧିତ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରସାହିତ୍ଯ ସାରସ୍ବତ ଅନୁଷ୍ଠାନରେ ସମ୍ମାନୀତସହ ସମ୍ବର୍ଦ୍ଧିତ ା
*ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ*
ଜଣେ ଉଚ୍ଚମନା ଆଦର୍ଶ ଛାତ୍ରଛାତ୍ରୀ ପ୍ରାଣ ଶିକ୍ଷୟିତ୍ରୀ ଦୀର୍ଘ ଦିନ ଧରି ସାରସ୍ବତ ସାଧନା ରେ ନିମଗ୍ନ ସ୍ନେହସିକ୍ତ ମଣିଷ ହେଉଛନ୍ତି ଶ୍ରୀମତୀ ଶୋଭାଗିନୀ ନନ୍ଦ। ଅତ୍ୟନ୍ତ ଶିଷ୍ଟ ଓ ମାର୍ଜିତ ତାଙ୍କର ବ୍ୟବହାର। ତାଙ୍କ ବ୍ୟକ୍ତିତ୍ୱ ର ବଡ଼ ଦିଗ ହେଉଛି ନିରଲସ ସାହିତ୍ୟ ସାଧନା ଏବଂ ସଙ୍ଗଠନ ପ୍ରେମ। ପରମ ପୁରୁଷ ଭବିଷ୍ୟତ ବିଦ୍ ଶ୍ରୀ ଅରବିନ୍ଦ ଙ୍କ ଭାଷାରେ – “I am nothing, I have nothing” ଅର୍ଥାତ – ମୁଁ କିଛି ନୁହେଁ, ମୋର କିଛି ନାହିଁ, ଏହି ମର୍ମରେ ଜଣେ ବିଶ୍ୱପ୍ରସିଦ୍ଧ ବହୁ ମର୍ଯ୍ୟାଦାସ୍ପଦ ଶତାଧିକ ସମ୍ମାନରେ ଅଧିକାରୀଣୀ ହୋଇଥିଲେ ମଧ୍ୟ ତାଙ୍କ ମନରେ କାଣିଚାଏ ଗର୍ଵ ନାହିଁ। ସତରେ ଯେମିତି ସେ କିଛି ନୁହଁନ୍ତି କିମ୍ବା ତାଙ୍କର କିଛି ନାହିଁ।
ଜାତିପ୍ରୀତି ଓ ଭାଷା ପ୍ରୀତି ହିଁ ତାଙ୍କ ଜୀବନ ର ଆରାଧ୍ୟ। ପଞ୍ଚମ ଶ୍ରେଣୀ ରୁ ତାଙ୍କର ଏ ପ୍ରତିଭାର ଦିବ୍ୟଲୋକ ବିଛୁରିତ ହୋଇଚାଲିଛି। ନଦୀର କଳ କଳ ରାଗିଣୀ ପରି ତାଙ୍କର ଲେଖନୀ,ବଗିଚାର ସୌରଭଯୁକ୍ତ ନାଲି ନେଳୀ ଧଳା ଆଦି ରଙ୍ଗର ଫୁଲ ପରି ତାଙ୍କର ଚରିତ୍ର। ତାଙ୍କ କବିତା ର ଲାଳିତ୍ୱପୂର୍ଣ ଗୁରୁଗମ୍ଭୀର ସ୍ୱର,ମଣିଷ ପଣିଆର ସରଳ ଆବଦ କାଇଦା, ହସ ହସ ମୁହଁରେ କଥାବାର୍ତ୍ତା ତଥା କଥା କୁହା ଚକ୍ଷୁ ଯୁଗଳରେ ଅନନ୍ତ ସ୍ୱପ୍ନ ଓ ସମ୍ଭାବନା ର ଦିବ୍ୟ ଝଲକ – ସବୁକିଛି ତାଙ୍କୁ ଏକ ଅଦ୍ୱିତୀୟ ବ୍ୟକ୍ତି ଭାବରେ ପ୍ରଭାବିତ କରିଥାଏ।
ଶ୍ରୀମତୀ ଶୋଭାଗିନୀ ନନ୍ଦ ଯେପରି ତାଙ୍କ କବିତା ର ଆତ୍ମିକରେ ସ୍ୱତନ୍ତ୍ର, ଆଙ୍ଗିକରେ ବି ସେହିପରି ଭିନ୍ନ । କବିତା ରେ ନିଜସ୍ୱ ଅନୁଭୂତି ର ଯେଉଁ ଚିତ୍ର ସେ ଦିଅନ୍ତି, ତାହା ଅତ୍ୟନ୍ତ ସରଳ ସାବଲୀଳ ଓ ଭାଵଧର୍ମୀ। ଚେଷ୍ଟା କଲେ ବି କଷ୍ଟ କଳ୍ପିତ ଚିତ୍ରଟିଏ ତାଙ୍କ କବିତା ରୁ ପାଇବା ର ସମ୍ଭାବନା କ୍ଷୀଣ।
ଜଣେ ପ୍ରତ୍ୟକ୍ଷଦର୍ଶୀ ହିସାବରେ କଥାଶିଳ୍ପୀ ଅନୁଶୀଳନ କରିନ୍ତି ସାମ୍ପ୍ରତିକ ସମାଜର ଘଟଣା ବଳିକୁ ଓ ସେହିସବୁ ନିଖୁଣ ଚିତ୍ରକୁ ତୋଳିଧରିବାର ପ୍ରୟାସ କରନ୍ତି ତାଙ୍କ ସୃଜନୀ ସମ୍ଭାରରେ।ସେଥିପାଇଁ ତାଙ୍କର ପ୍ରତ୍ୟେକ ଗଳ୍ପ ଏବଂ କାବ୍ୟସମ୍ଭାର ଗୁଡିକ ପାଲଟି ଯାଇଛି ଜୀବନର ଜଳଛବି ଓ ମଣିଷ ପାଇଁ ଏକ ସାରସ୍ୱତ ଚେତାବନୀ। ଆତ୍ମଘାତୀ, ଯେଉଁ ଜୀବନ ପଥରେ ପାଦ ଦେଇଛି ସୁବିଧା ବାଦୀ ମଣିଷ,ସେହି ଅଧୋଗତିର ରାସ୍ତାରୁ ପଛକୁ ଫେରିଯିବା ପାଇଁ ହୁଏତ ଆହ୍ୱାନ ରହିଛି ତାଙ୍କର ପ୍ରତିଟି ଲେଖାରେ। ମୂଲ୍ୟବୋଧ ଓ ପ୍ରାଚୀନ ଭାରତୀୟ ସାଂସ୍କୃତିକ ଚେତନା ର ପୁନଃ ପ୍ରତିଷ୍ଠା ପାଇଁ ଭରି ରହିଛି ଅନନ୍ତ ବ୍ୟାକୁଳତା, ଯାହା ତାଙ୍କ ମାନବୀୟ ସମ୍ବେଦନାର ଆବେଗିକ ବ୍ୟଥାକୁ ହିଁ ଏକ ସୁବିନ୍ୟସ୍ତ ସୃଜନୀ ସମ୍ଭାର ର କଳାପାଟବତା ଭିତରେ ଉତ୍କୀର୍ଣ୍ଣ କରିଛନ୍ତି ଶ୍ରୀମତୀ ଶୋଭାଗିନୀ ନନ୍ଦ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।
ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
ସାରସ୍ୱତ ନିବାସ ର ସ୍ଥାୟୀ ଠିକଣା/ଯୋଗାଯୋଗ ର ମାଧ୍ୟମ।
ଡି. ଏ. ଭି. ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ, ଜୟପୁର, କୋରାପୁଟ,
Email- sobhagini70@gmail.com
669 total views, 1 views today